ମେ ୨୯ରେ ମହାକାଶରେ ବିରଳ ଦୃଶ୍ୟ; ଏକାଠି ହେବେ ମଙ୍ଗଳ ଓ ବୃହସ୍ପତି

Published By : Prameya-News7 Bureau | May 27, 2022 IST

ୱାଶିଂଟନ: ବର୍ତ୍ତମାନ ଯୁଦ୍ଧ ଓ ମହାମାରୀ ଆଦି ବିଭିନ୍ନ କାରଣରୁ ପୃଥିବୀ ଭୂପୃଷ୍ଠରେ ହଲ୍‌ଚଲ ଜାରି ରହିଛି। ସେପଟେ ମହାଆକାଶରେ ମଧ୍ୟ ନୂଆ ନୂଆ ଘଟଣା ଘଟି ଚାଲିଛି। କିଛି ସପ୍ତାହ ପୂର୍ବରୁ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଦେଖିବାକୁ ମିଳିଥିଲା। ଆଉ ଏବେ ଏକାଠୀ ହେବାକୁ ଯାଉଛନ୍ତି ମଙ୍ଗଳ ଓ ବୃହସ୍ପତି। ମେ ୨୯ ତାରିଖରେ ଦୁଇ ଗ୍ରହଙ୍କର ଏକ ସଂଯୋଗ ଘଟିବ। ଦୁଇଗ୍ରହ ଗୋଟି ନିକଟତର ହୋଇ ଗୋଟିଏ ସରଳ ରେଖାରେ ରହିବେ ବୋଲି ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା କହିଛି।

କୌଣସି ମହାକାଶ ଉପାଦାନ ଯଥା ଗ୍ରାହାଣୁ, ଚନ୍ଦ୍ର, କୌଣସି ଗ୍ରହ ଏବଂ ତାରା ଗୋଟିଏ ସରଳ ରେଖାରେ ରୁହନ୍ତି। କିନ୍ତୁ ପ୍ରକୃତରେ ଗ୍ରହମାନଙ୍କ ମଧ୍ୟରେ ଯୋଜନ ଯୋଜନ ଦୂରତ୍ୱ ରହିଥାଏ। ସେତେବେଳେ ଏଭଳି ବିରଳ ସଂଯୋଗ ଘଟିଥାଏ। ଆଉ ପୃଥିବୀ ପୃଷ୍ଠରେ ଏହାକୁ ଦେଖିଲେ ଏମାନେ ସବୁ ଏକାଠି ହେଲା ପରି ଦିଶନ୍ତି।

ଲଣ୍ଡନର ରୟାଲ ମ୍ୟୁଜିୟମ ଗ୍ରୀନହ୍ୱିଚର ସୂଚନା ଅନୁସାରେ ବେଳେ ବେଳେ ରାତିରେ ଗ୍ରହମାନେ ଗୋଟିଏ ସ୍ଥାନରେ ଥିବା ଦେଖାଯାଆନ୍ତି। ଏହା କେବଳ ସେମାନେ ଗୋଟିଏ ସରଳ ରେଖାରେ ରହିଥିବା କାରଣରୁ ଦେଖାଯାଏ। କିନ୍ତୁ ସେମାନଙ୍କ ମଧ୍ୟରେ ମିଲିୟନ ମିଲିୟନ କିମିର ଦୂରତ୍ୱ ଥାଏ। ଏହାକୁ ଗ୍ରହମାନଙ୍କର ପୁଞ୍ଜ(ପ୍ଲାନେଟାରୀ କଞ୍ଜକ୍ସନ) ବୋଲି କୁହାଯାଏ।

ଏନେଇ ନାସା କହିଛି ଯେ ପ୍ରତ୍ୟେକ ଦିନ ଭୋର ସମୟ ପୂର୍ବରୁ ମଙ୍ଗଳ ଓ ବୃସ୍ପତି ନିକଟତର ହେବେ। ଶନିବାର ସୁଧା ଏହା ପରସ୍ପର ସହ ଲାଗିଥିବା ଦେଖାଯିବ। ତେବେ ପ୍ରକୃତସେମାନେ ନିକଟତର ହେବେ ସେମାନେ ଗୋଟିଏ ସରଳ ରେଖାରେ ରହିବେ।

ଆର୍ଥସ୍କାଏର ଏକ ରିପୋର୍ଟ ଅନୁସାରେ ଏହି ସମୟରେ ବୃହସ୍ପତି ଦ୍ୱିତୀୟ ସବୁଠାରୁ ବଡ଼ ତାରା ଭଳି ଦିଶିବ। ସେହିପରି ଉତ୍ତରପଟୁ ଦେଖିଲେ ପୃଥିବୀର ଅଧା ଭାଗରେ ବୃହସ୍ପତି ଏକ ଲାଲ୍‌ ଉପାଦାନ ଭଳି ଦୃଶ୍ୟମାନ ହେବ। ଏହି ସମୟରେ ଶନି ଗ୍ରହ ଅନେକ ଦୂରରୁ ରହୁଥିବାରୁ ଏହା ଠିକ୍‌ ସେ ଦେଖାଯିବ ନାହିଁ। କିନ୍ତୁ ସୂର୍ଯ୍ୟୋଦୟର ଚମକ ନିକଟରେ ମଙ୍ଗଳ ଦୃଶ୍ୟମାନ ହେବ। କାରଣ ଏହା ସୂର୍ଯ୍ୟୋଦୟର ଦିଗରେ ଧୀରେ ଧୀରେ ଗତି କରୁଛି।

ଏହା ପୂର୍ବରୁ ଚଳିତ ବର୍ଷ ଏପ୍ରିଲ ମାସରେ ମଧ୍ୟ ଠିକ୍ ଏଭଳି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା। ସେତେବେଳେ ମଙ୍ଗଳ, ବୃହସ୍ପତି ଓ ଶୁକ୍ର ଗୋଟିଏ ସରଳ ରେଖାରେ ରହି ପ୍ଲାନେଟାରୀ ଟ୍ରିଓ ଗଠନ କରିଥିଲେ। ଏପ୍ରିଲ ଶେଷ ବେଳକୁ ଶନି ବି ଏହି ତିନଗ୍ରହ ସହ ସରଳ ରେଖାରେ ରହିଥିଲା। ଏଭଳି ବିରଳ ଦୃଶ୍ୟ ୨୦୨୦ରେ ବି ଦେଖିବାକୁ ମିଳିଥିଲା। ଏହି ବର୍ଷ ଶନି ଓ ବୃହସ୍ପତି ଏକାଠି ହୋଇଥିଲେ। ଏହାକୁ ଖାଲି ଆଖିରେ ମଧ୍ୟ ଦେଖି ହେଉଥିଲା।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.