AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହିପିଣ୍ଡା ସଂରକ୍ଷିତ ଜଙ୍ଗଲରେ ଦନ୍ତା ମୃତଦେହ ଠାବ, ହାତୀକୁ ମାରି ନେଇଗଲେ ଦାନ୍ତ
  • ||
  • MKCG ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ଦୁର୍ଘଟଣା: ସ୍କୁଟି-କାର୍ ମୁହାଁମୁହିଁ ଧକ୍କା, ଦୁଇ ମୃତ
  • ||
  • ଭୁବନେଶ୍ୱର: ରାତିରେ ପାରଦ କମିବ ଓ ଶୀତ ବଢ଼ିବ, ଦିନରେ ସ୍ୱାଭାବିକଠାରୁ ଅଧିକ ରହିବ ତାପମାତ୍ରା
  • ||
  • ତୋଲକୋଇ: ଦନ୍ତା ଆକ୍ରମଣରେ ହାତୀଛୁଆର ମୃତ୍ୟୁ, ଜଙ୍ଗଲରେ ପଡିଛି ମୃତଦେହ
  • ||

ୟୁଟୁବ ଦେଖି ବିବାହ କଲେ ଶିକ୍ଷକ ଓ ଛାତ୍ରୀ, ଘରଛାଡ଼ିବାକୁ ପ୍ଲାନକରି ସୁସାଇଡ଼ ନୋଟ ଲେଖିଲା ଛାତ୍ରୀ

12/01/2019 at 9:01 PM

କାନପୁର ୧୨/୧- ସିନେମା ପରଦାରେ ଘଟିବା ଭଳି ଘଟଣା । ବିବାହ କରିବାକୁ ସୁସାଇଡ଼୍ ନୋଟ ଲେଖି ନାବାଳିକା ଛାଡ଼ିଲା ଘର । ତେଣେ ପ୍ରେମିକ ନିଜର ପ୍ରେମିକାକୁ ପାଇବାକୁ କରିଲା ଧର୍ମ ପରିବର୍ତ୍ତନ । ଖାଲି ସେତିକିରେ ସରିଲାନି କାହାଣୀ, ୟୁଟୁବ୍ ଦେଖି କଲେ ବିବାହ ।

ଏହିଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର କାନପୁର ରେଲଓ୍ଵେ ରୋଡ଼ ଅଂଚଳରେ । ଏକାଦଶ ଶ୍ରେଣୀରେ ପାଠ ପଢ଼ୁଥିବା ଜଣେ ଯୁବତୀଙ୍କୁ ବିବାହ କରିବାକୁ ଶିକ୍ଷକ କଲେ ଏଭଳି କାମ । ଲୋକେଶ ନାମକ ଜଣେ ଯୁବକ ରେଲଓ୍ଵେ ରୋଡ଼ ଅଂଚଳରେ ଥିବା ଘରୋଇ ଇଂରାଜୀ ମିଡ଼ିୟମ ସ୍କୁଲରେ ଶିକ୍ଷକତା କରୁଥିଲେ । ସେହି ସ୍କୁଲରେ ପାଠ ପଢ଼ୁଥିବା ଜଣେ ଏକାଦଶ ଶ୍ରେଣୀ ଛାତ୍ରୀଙ୍କ ସହ ହୋଇଯାଇଥିଲା ପ୍ରେମ । ଲୋକେଶ ଛାତ୍ରୀଙ୍କୁ ବିବାହ କରିବାକୁ ଚାହିଁଥିଲେ । ସେମାନେ କାହାକୁ କିଛି ନ କହି ଅକ୍ଟୋବର ୧୮ ତାରଖ ୨୦୧୬ରେ ବିବାହ କରିଥିଲେ । କିନ୍ତୁ ନଭେମ୍ବର ୨୩ ତାରିଖ ୨୦୧୭ ମସିହାରେ ଲୋକେଶର ପରିବାର ଲୋକ ମିର୍ଜାପୁର ଅଂଚଳର ଜଣେ ଯୁବତୀ ସହ ବିବାହ କରିଦେଲେ । କିନ୍ତୁ ଲୋକେଶ ଘର କଥାରେ ବାଧ୍ୟହୋଇ ବିବାହ କଲେ ସିନା ଛାତ୍ରୀଙ୍କୁ ଛାଡ଼ିପାରିଲେ ନାହିଁ ।

ଲୋକେଶଙ୍କ ପ୍ରେମିକା ମୁସଲିମ ଥିବା କାରଣରୁ ଲୋକେଶକୁ ଜାତି ପରିବର୍ତ୍ତନ ପାଇଁ କହିଥିଲା । ଲୋକେଶ ମଧ୍ୟ ୟୁଟୁବରୁ ଦେଖି ଜାତି ପରିବର୍ତ୍ତନ କରିବା ସହ ଆଉଥରେ ମୁସଲିମ ସଂପ୍ରଦାୟ ଅନୁସାରେ ବିବାହ କରିଥିଲେ । ଲୋକେଶ ନିଜ ନାଁକୁ ମହମ୍ମଦ ସଫର ନାମରେ ପରିବର୍ତ୍ତନ କରିଥିଲେ । ୟୁଟୁବ ଦେଖି ବିବାହ କରିବା ପରେ ସେମାନେ ଘର ଛାଡ଼ିବାକୁ ପ୍ଲାନ ମଧ୍ୟ ତିଆରି କଲେ । ଛାତ୍ରୀ ତାଙ୍କ ଘରେ ସୁସାଇଡ଼ ନୋଟ ଲେଖି ଲୋକେଶ ସହ ଘର ଛାଡ଼ିଦେଇଥିଲେ । କିଛି ବାଟ ଗଲାପରେ ଗଂଗାରାମ ପୋଲ ନିକଟରେ ନିଜର ଚପଲ ବ୍ୟାଗ ଛାଡ଼ି ଉଭାନ ହୋଇଯାଇଥିଲେ । ଆତ୍ମହତ୍ୟାର ରୂପଦେବାକୁ ସେମାନେ ଏହିକାମ କରିଥିବାର ପୋଲିସ କହିଛି । ତା ପରେ ଲୋକେଶ ତାଙ୍କ ପ୍ରେମିକାକୁ ନେଇ କଲ୍ୟାଣପୁରରେ ଛାଡ଼ି ଚାଲିଆସିଥିଲା ।

  

ଲୋକେଶ ମଧ୍ୟ ଏହି ଅନୂରୂପ ପ୍ଲାନ କରିବାକୁ ଚାହୁଁଥିଲା । କିନ୍ତୁ ଏହି ପ୍ଲାନକରିବା ପୂର୍ବରୁ ସବୁ ଖବର ଜଣାପଡ଼ିଥିଲା ।

ଯୁବତୀଙ୍କୁ ନ ପାଇ ପରିବାର ଲୋକ ନିଖୋଜଥିବା ଥାନାରେ ଏତାଲା ଦେଇଥିଲେ । ଥାନାଧିକାରୀ ତଦନ୍ତ କରି କଲ୍ୟାଣପୁର ଅଂଚଳରେ ସଂପୃକ୍ତା ନାବାଳିକା ଥିବାକଥା ଜାଣିପାରିଥିଲା । ଯୁବତୀଙ୍କୁ ଉଦ୍ଧାର କଲାପରେ ସବୁ ପ୍ଲାନ ଧରାପଡ଼ିଯାଇଥିଲା ।

ଅନ୍ୟପକ୍ଷରେ ଲୋକେଶଙ୍କ ସ୍ତ୍ରୀ ଥାନାରେ ଯୁବତୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ।

ଏହି ଘଟଣାରେ ଲୋକେଶ ସମେତ ଆହୁରି ୩ଜଣଙ୍କୁ ପୋଲିସ ଗିରଫ କରିଛି ।

   Related Posts