oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ରେଶମ ସହରରେ ବେଧଡ଼କ ଚାଲିଛି ଧଳାଜହର କାରବାର, ଜଣେ ମହିଳା ଗିରଫ
  • ||
  • ରାୟଗଡା : ବନ୍ଦ ହେଲା ରାଜ୍ୟର ଦ୍ୱିତୀୟ ଝୁଲାପୋଲ, ସୁରକ୍ଷା ଦୃଷ୍ଟିରୁ ପ୍ରଶାସନର ନିଷ୍ପତ୍ତି
  • ||
  • ଏକ୍‌ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

କଙ୍ଗାରୁକୋର୍ଟ ଦେଲା ଭୟଙ୍କର ନିର୍ଯାତନା: ପ୍ରେମିକ ସହ ପଳାଉଥିବା ବିବାହିତା ମହିଳାଙ୍କୁ ଉଲ୍ଲଗ୍ନ କରି ନିର୍ଘାତ ପିଟିଲେ, ବନ୍ଦୀ କରି ଉପାସ ରଖିଲେ

10/10/2020 at 7:19 PM

ଚାଙ୍ଗଲାଙ୍ଗ ୧୦/୧୦: ମାନବିକତା ଭୁଲିଯାଉଛି ମଣିଷ ! ସବୁ ସୀମା ସରହଦ ପାର କରି ନୃଶଂସ ପାଲଟିଯାଉଛି। ଜଣେ ମହିଳାଙ୍କ ପ୍ରତି କିପରି ବ୍ୟବହାର କରିବା ଆବଶ୍ୟକ ତାହା ବି ଭୁଲିଯାଉଛନ୍ତି। ଜଣେ ବିବାହିତାଙ୍କ ସହ ମଣିଷର ପାଶବିକ ଆଚରଣକୁ ନେଇ ସାରା ଦେଶରେ ଆଲୋଡନ ଖେଳିଯାଇଛି।

ଅରୁଣାଚଳପ୍ରଦେଶର ଚାଙ୍ଗଲାଙ୍ଗ ଜିଲ୍ଲାରେ ଘଟିଥିବା ଏଭଳି ଏକ ଅଭାବନୀୟ ଘଟଣାକୁ ନେଇ ଚର୍ଚ୍ଚା ଚାଲିଛି। ଜଣେ ବିବାହିତା ମହିଳା ସ୍ବାମୀଙ୍କୁ ଛାଡ଼ି ତାଙ୍କ ପ୍ରେମିକ ଯୁବକଙ୍କ ସହ ପଳାୟନ କରିବାକୁ ସହଜରେ ଗ୍ରହଣ କରିପାରନାହାନ୍ତି ସମ୍ପୃକ୍ତ ଯୁବକଙ୍କ ଗ୍ରାମବାସୀ। କଙ୍ଗାରୁକୋର୍ଟ କରି ଆଇନ୍କୁ ହାତକୁ ନେଇଛନ୍ତି । ମହିଳାଙ୍କୁ ଉଲଗ୍ନ କରି ମାଡ଼ ମାରିଛନ୍ତି। ଦେଇଛନ୍ତି ଅକଥନୀୟ ନିର୍ଯାତନା।

ମିଳିଥିବା ରିପୋର୍ଟ ଅନୁସାରେ ମହିଳା ଜଣଙ୍କ ଯୁବକଙ୍କ ସହ ଅରୁଣାଚଳପ୍ରଦେଶର ଚାଙ୍କଲାଙ୍ଗରେ ପହଞ୍ଚିବା ପରେ ଦଳେ ଲୋକ ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ। କେବଳ ସେତିକି ନୁହେଁ ମହିଳାଙ୍କୁ ବିବସ୍ତ୍ର କରି ମାଡ଼ ମାରିଥିବା ମଧ୍ୟ ଅଭିଯୋଗ ହୋଇଛି। ମହିଳାଙ୍କ ଅଭିଯୋଗ କ୍ରମେ ତାଙ୍କୁ ମାଡ଼ ମାରି ଏକ ସ୍କୁଲ ଘରେ ବନ୍ଦୀ କରିଦିଆଯାଇଥିଲା। ସେଠାରେ ଗୋଟିଏ ରାତି ରହିବା ସହ ତାଙ୍କୁ ଖାଇବା ତ ଦୂରର କଥା ପାଣି ମୁନ୍ଦେ ବି ଦିଆଗଲା ନାହିଁ। ପରଦିନ ସକାଳେ ମହିଳାଙ୍କ ଘରଲୋକଙ୍କୁ ନଜଣାଇ ସେଠାରେ ଉପସ୍ଥିତ ଲୋକମାନେ ନିଷ୍ପତ୍ତି କଲେ ଯେ ତାଙ୍କୁ ତାଙ୍କ ସ୍ବାମୀ କିମ୍ବା ସେ ଯୁବକ କେହି ଗ୍ରହଣ କରିପାରିବେ ନାହିଁ।

ଅନ୍ୟପଟେ ମହିଳା ଜଣଙ୍କ କହିଛନ୍ତି ଯେ, ସ୍ବାମୀଙ୍କ ଅତ୍ୟାଚାର ପାଇଁ ଦୁଇ ଥର ପିଲା ନଷ୍ଟ ହୋଇଛି। ଏପରିକି ତାଙ୍କ ଶାଶୁ ମଧ୍ୟ ସ୍ବାମୀଙ୍କୁ ସମର୍ଥନ କରନ୍ତି। ଏ ସମସ୍ତ ଘଟଣା ଯୁବକ ଜଣଙ୍କ ଜାଣିଛନ୍ତି। ତାଙ୍କୁ ବିବାହ କରିବା ପାଇଁ ଯୁବକ ଜଣଙ୍କ ତାଙ୍କ ପରିବାରକୁ ବାରମ୍ବାର ଜଣାଇ ବିଫଳ ହେବା ପରେ ସେମାନେ ଲୁଚି ପଳାଇଥିଲେ।

ତେବେ ମହିଳାଙ୍କୁ ଦୁର୍ବ୍ୟବାହର କରିବା ସହ ମାଡ଼ ମାରିବା ଘଟଣାରେ ପୋଲିସ ତତ୍ପରତା​‌ ପ୍ରକାଶ କରିଛି। ଏଥିରେ ସାମିଲ ଥିବା ୧୫ ଜଣଙ୍କୁ ପୋଲିସ ଗିରଫ କରିଛି। ଏହାସହ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ।

   Related Posts