ବିବାହ ପୂର୍ବରୁ ହେଲା ପିତାଙ୍କର ମୃତ୍ୟୁ, ଇଚ୍ଛା ପୂରଣ ନିମନ୍ତେ ଶବ ସମ୍ମୁଖରେ ହେଲା ୭ ଫେରା

Published By : Prameya-News7 Bureau | August 11, 2019 IST

ବିଲ୍ଲୁପୁରମ :  ତାମିଲନାଡୁ ବିଲ୍ଲୁପରମରେ ଘଟିଛି ଅଭାବନୀୟ ଘଟଣା। ମୃତ ପିତାଙ୍କ ଅନ୍ତିମ ଇଚ୍ଛା ପୁରଣ ନିମନ୍ତେ ପୁତ୍ର ବିବାହ ପୂର୍ବରୁ ଭାବି ପତ୍ନୀଙ୍କ ସହ ଶବ ସମ୍ମୁଖରେ ୭ ଫେରା ନେଇଛନ୍ତି। ଟିଣ୍ଡିବନମ ଅଞ୍ଚଳର ଶିଙ୍ଗନୁର ଗାଁରେ ଘଟିଛି ଏହି ଘଟଣା। ୩୧ ବର୍ଷ ବୟସ୍କ ଡି. ଆଲେକଜାଣ୍ଡାରଙ୍କ ବିବାହ ଆଗାମୀ ସେପ୍ଚେମ୍ବର ୨ ତାରିଖକୁ ନିର୍ଦ୍ଧାରିତ ହୋଇଥିଲା। ଗତ ଶୁକ୍ରବାର ଅଚାନକ ଆଲେକଜାଣ୍ଡାରଙ୍କ ପିତା ଦେବମଣୀଙ୍କ ମୃତ୍ୟୁ ହୋଇଥିଲା। ପୁତ୍ରର ବିବାହ ପାଇଁ ଦେବମଣୀ ବହୁତ ଖୁସି ଥିବା ସହ ପ୍ରସ୍ତୁତିରେ ଲାଗିପଡିଥିଲା। ତାଙ୍କର ଇଚ୍ଛା ଥିଲା ଧୁମ ଧାମରେ ପୁଅର ବିବାହ କରିବେ। ହେଲେ ତାଙ୍କ ଇଛା ଇଚ୍ଛାରେ ରହି ଯାଇଥିଲା।

ତେବେ ପୁଅ ଆଲେକ୍ ଜାଣ୍ଡାର ପିତାଙ୍କ ଇଛା ପୁରଣ କରିବା ପାଇଁ ପିତାଙ୍କ ଅନ୍ତ୍ୟେଷ୍ଟି ପୂର୍ବରୁ ବିବାହ କରିବାକୁ ନିଷ୍ପତ୍ତି ନେବା ସହ ତାଙ୍କ ଶବ ସମ୍ମୁଖରେ ଭାବି ପତ୍ନୀଙ୍କୁ ବିବାହ କରିଛନ୍ତି। ତେବେ ଏଥିରେ ଭାବୀ ପତ୍ନୀ ଅନ୍ନପୂର୍ଣ୍ଣାନୀ ଆଲେକଜାଣ୍ଡାରଙ୍କୁ ବେଶ ସାଥ ଦେଇଛନ୍ତି। ପିତାଙ୍କ ଇଚ୍ଛା ସମ୍ପର୍କରେ ଜଣାଇ ଆଲେକ୍ ଜାଣ୍ଡାରତାଙ୍କୁ ଏବେ ଓ ଏଇ ମୁହୁର୍ତ୍ତରେ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ। ଏଥିରେ ଅର୍ଣ୍ଣପୂର୍ଣ୍ଣାନୀ ରାଜି ହୋଇଯାଇଥିଲେ। ଉଭୟପକ୍ଷରୁ ବରଯାତ୍ରୀ ଆସି ବିବାହ କରାଇବା ପରେ ଦେବମଣୀଙ୍କ ଶବ ଘରୁ ଉଠିଥିଲା।

ବିବାହରେ ଆଉ ଏକ ଘଟଣା ମଧ୍ୟ ଘଟିଥିଲା। ବିବାହକୁ ଆସିଥିବା ଲୋକେ ମୃତ ଦେବମଣୀଙ୍କ ସହ ଜୀବନ୍ତ ଲୋକ ଭଳି ଫଟୋ ମଧ୍ୟ ଉଠାଇଥିଲେ। ଦେବମଣୀଙ୍କୁ ବରଯାତ୍ରୀରେ ନେବା ପାଇଁ ଗାଧୋଇ ଦେଇ ନୂଆ ବସ୍ତ୍ର ପିନ୍ଧା ଯାଇଥିଲା। ତା ପରେ ପୁଅର ବରଯାତ୍ରୀରେ ଯାଇ ପିତା ବିବାହ କରାଇବା ପରେ ମଶାଣୀକୁ ଯାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.