ବରକୁ ନେଇ ଛୁ ମାରିଲା ଘୋଡା
18/05/2022 at 8:06 AM

ନୂଆଦିଲ୍ଲୀ ୧୮/୦୫, ବିବାହ ସମସ୍ତଙ୍କ ପାଇଁ ସ୍ବତନ୍ତ୍ର। ଏହି ଦିନକୁ ସ୍ମରଣୀୟ କରିବାକୁ ସମସ୍ତେ ଚାହାନ୍ତି। କିଛି ଲୋକଙ୍କର ଡେଷ୍ଟିନେସନ୍ ୱେଡିଂ କରିବାର ଇଚ୍ଛା ଥାଏ ତ କିଛି ଝିଅ ଚାହାନ୍ତି ତାଙ୍କ ଜୀବନସାଥୀ ତାଙ୍କୁ ନେବାକୁ ଘୋଡା ଚଢି ଆସୁ। ସେମିତି କିଛି କରିଥିଲେ ଜଣେ ବ୍ୟକ୍ତି। ଘୋଡାରେ ଚଢି ଆସିଥିଲେ କନିଆ ଘର। କିନ୍ତୁ କନ୍ୟା ଘର ପାଖରେ ଘୋଡା କଲା ଏମିତି କାମ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ରଖିଦେଇଛି। କନ୍ୟା ଘର ପାଖକୁ ଆସି ସେଠାରେ ନ ଅକଟି ଦୂରକୁ ଧାଇଁଲା ଘୋଡା। ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।
ଧଳା ଘୋଡା ଚଢି ଆସିଛି ବର। ଲାଲ୍ ଏବଂ ଧଳା ସେରୱାନୀରେ ପିନ୍ଧି ବସିଛି ଘୋଡା ଉପରେ। କନ୍ୟା ଘର ପାଖରେ ପହଞ୍ଚିଛି । ଝିଅ ଘର ଲୋକେ ସ୍ବାଗତ ସମ୍ବର୍ଦ୍ଧନା ପାଇଁ ଏକତ୍ରିତ ହୋଇଛନ୍ତି। ଶାଶୁ ଶ୍ବଶୁର ଶଳା ଶାଳୀ ସମସ୍ତେ ଏକାଠି ହୋଇ ବରକୁ ଘରକୁ ନେବାକୁ ଅପେକ୍ଷା କରିଛନ୍ତି। ଏହି ସମୟରେ ଘଟିଲା କିଛି ଭିନ୍ନ ଘଟଣା।
ପାଖରେ ଠିଆ ହୋଇଥିବା ଜଣେ ପିଲା ବରର ଗ୍ରାଣ୍ଡ ୱେଲ୍କମ୍ କରିବା ପାଇଁ ବାଣ ଫୁଟାଇଦେଲେ। ବାଣ ଶବ୍ଦ ଶୁଣି ଘୋଡା ଭୟରେ ମାରିଲା ଛୁ। ଘୋଡା ଉପରେ ବସିଥିବା ବର ମଧ୍ୟ ଘୋଡା ସହ ଦୂରକୁ ପଲେଇଲା।
କେହି କିଛି ଭାବିକା ପୂର୍ବରୁ ବର ଚାଲିଗଲା ବହୁଦୂର। ଘଟଣା ସ୍ଥଳରେ ଉପସ୍ଥିତ ଲୋକେ ଏସବୁ ଦେଖି ଆଶ୍ଚର୍ଯ୍ୟ। ଘୋଡା ପଛେ ପଛେ ଧାଇଁଲେ ଗାଁ ଲୋକ। ଭିଡିଓକୁ ‘ଘଟଣା’ ଇନ୍ଷ୍ଟାଗ୍ରାମ ପେଜ୍ରେ ସେୟାର କରାଯାଇଛି। ୪ ଲକ୍ଷରୁ ଅଧିକ ଲୋକ ଏହି ଭିଡିଓକୁ ଦେଖିସାରିଲେଣି।