ନୂଆଦିଲ୍ଲୀ ୨୨।୧୧: ବିବାହ ଋତୁ ଆରମ୍ଭ ହେବାମାତ୍ରେ ବଜାରରେ ଗହଳିଚହଳି ଆରମ୍ଭ ହୁଏ। ତେବେ ଏଥର ବିବାହ ଋତୁ ହେବ ବେଶ୍ ଖାସ । ବ୍ୟବସାୟୀଙ୍କ ସଙ୍ଗଠନ କନଫେଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ଏହି ଆଶାବ୍ୟକ୍ତ କରିଛନ୍ତି। ୨୩ ନଭେମ୍ବ ଗୁରୁବାର ଦେଶରେ ଆରମ୍ଭ ହେବାକୁ ଯାଉଥିବା ଆଗାମୀ ବିବାହ ଋତୁରେ ସାରା ଦେଶରେ ୩୮ ଲକ୍ଷ ବିବାହ ଅନୁଷ୍ଠିତ ହେବ, ଯେଉଁଥିରୁ ବେଶ କାରବାରର ଆଶା ବାନ୍ଧିଛି ବ୍ୟବସାୟୀ ସଙ୍ଗଠନ।
{"id":873158,"width":840,"height":625,"sizeSlug":"full","linkDestination":"none"}ଏହି ବିବାହ ଋତୁରେ ଦେଶର ମେନଲାଇନ ରିଟେଲ ବ୍ୟବସାୟରେ ବସ୍ତୁ ଓ ସେବା ମିଳିତ ୪.୭୪ ଲକ୍ଷ କୋଟିର କାରବାର କରିବ ବୋଲି ସିଏଆଇଟି ଆକଳନ କରିଛନ୍ତି। ଗତବର୍ଷ ଏହି ଅବଧିରେ ସାରା ଦେଶରେ ପାଖାପାଖି ୩୨ ଲକ୍ଷ ବିବାହ ଅନୁଷ୍ଠିତ ହୋଇଥିଲା ଓ ଏଥିରୁ ୩.୭୫ ଲକ୍ଷ କୋଟିର କାରବାର ପୂର୍ବାନୁମାନ କରାଯାଇଥିଲା। ଏଥିରେ ସିଏଆଇଟି କହିଛନ୍ତି ଯେ ଦେଶରେ ଆରମ୍ଭ ହେବାକୁ ଯାଉଥିବା ଏହି ସିଜନରେ ବିବାହ କିଣାକିଣି ଓ ବିଭିନ୍ନ ସେବା ବାବଦ ବ୍ୟୟ ଗତବର୍ଷ ତୁଳନାରେ ପାଖାପାଖି ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ।
ସିଏଆଇଟି ସାଧାରଣ ସମ୍ପାଦକ ପ୍ରବୀନ ଖଣ୍ଡେଲୱାଲ କହିଛନ୍ତି ଯେ ୨୩ ନଭେମ୍ବରରୁ ୧୫ ଡିସେମ୍ବର ମଧ୍ୟରେ ହାରାହାରି ୩୮ଲକ୍ଷ ବିବାହ ହେବ ଓ ଏ ବାବଦେ ମୋଟ ଖର୍ଚ୍ଚ ପାଖାପାଖି ୪.୭୪ ଲକ୍ଷ କୋଟି ଟଙ୍କା ହେବ, ଯାହାକୁ ଏବେ ଅର୍ଥ ବ୍ୟବସ୍ଥା ଓ ଖୁଚୁରା ବ୍ୟବସାୟ ନିମନ୍ତେ ଏକ ଭଲ ସଂକେତ ଭାବେ ଦେଖାଯାଉଛି।
{"id":873159,"width":840,"height":478,"sizeSlug":"full","linkDestination":"none"}ଆରମ୍ଭ ହେଲା ବିବାହ ଋତୁ
୨୩ ନଭେମ୍ବର ଦେବ ଉତ୍ଥାନ ଏକାଦଶୀ ସହ ସାରା ଦେଶରେ ଗୁରୁବାର ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି। କେବଳ ବିବାହ ନୁହେଁ ଏହି ଦିନ ଠାରୁ ଦେଶରେ ନୂଆ ଗୃହ ପ୍ରବେଶ, ନୂଆ ଗୃହ ନିର୍ମାଣ ନିମନ୍ତେ ଶୁଭପକା କାର୍ଯ୍ୟ ସମେତ ଅନ୍ୟ ମାଙ୍ଗଳିକ ଅନୁଷ୍ଠାନ ସବୁ ମଧ୍ୟ ଆରମ୍ଭ ହୋଇଯିବ। ଏଥି ପାଇଁ ଶୁଭ ଦିନ ଡିସେମ୍ବର ମାସ ୧୫ ତାରିଖରେ ଶେଷ ହେଉଛି। ଏଥିରେ କେବଳ ନଭେମ୍ବର ମାସରେ ୨୩,୨୪,୨୭,୨୮ ଓ ୨୯ ତାରିଖ ବିବାହ ତିଥି ରହିଛି। ଏହା ପରେ ଡିସେମ୍ବର ମାସରେ ୩,୪,୭,୮,୯ ଓ ୧୫ ତାରିଖ ବିବାହ ତିଥି ଅଛି। ଏହି ୧୧ ଦିନରେ ସାରା ଦେଶରେ ପାଖାପାଖି ୩୮ ଲକ୍ଷ ବିବାହ ଉତ୍ସବ ଅନୁଷ୍ଠିତ ହେବ।