ସିଜୋଫ୍ରେନିଆରେ ଶିକାର ହୋଇଥିବା ରୋଗୀଙ୍କ ସଂପର୍କରେ ଜାଣିରଖନ୍ତୁ ,କଣ କଲେ ହୋଇପାରିବେ ଆରୋଗ୍ୟ

Published By : Prameya-News7 Bureau | February 02, 2019 IST

ଗଭୀରଭାବେ ମାନସିକ ଆଘାତପ୍ରାପ୍ତ ଲୋକ ସିଜୋଫ୍ରେନିଆରେ ଶିକାର ହୋଇଥାନ୍ତି । ସିଜୋଫ୍ରେନିଆ ରୋଗୀ ଜଣେ ସାଧାରଣଲୋକ ଠାରୁ ଆଚାର ,ବିଚାର,ଚଳଣିର ଫରକ ଥାଏ । ଯେଉଁ ଅସ୍ଵାବଭିକତା  ପ୍ରକାଶ ପାଏ, ତାହା ପରିବାର ଓ ଅନ୍ୟ ଲୋକଙ୍କ ପ୍ରତି ସମ୍ଭାଳିବା କଷ୍ଟସାଧ୍ୟ ମଧ୍ୟ । ସିଜୋଫ୍ରେନିଆ ରୋଗରେ ଶିକାର ହୋଇଥିବା ଜଣେ ଲୋକକୁ କିଭଳି ଭାବରେ ରୋଗମୁକ୍ତ କରାଯାଇପାରିବ ଆସନ୍ତୁ ଜାଣିବା ।

ସିଜୋଫ୍ରେନିଆ ହେଉଛି ଏପରି ରୋଗ, ଯାହା ପୀଡ଼ିତ ବ୍ୟକ୍ତିର ବ୍ୟବହାର ପାଗଳଙ୍କ ପରି ହୋଇଥାଏ । ଅନ୍ୟମାନଙ୍କୁ ନିଜେ ଡ଼ରିବା କିମ୍ବା ଅନ୍ୟମାନଙ୍କୁ ଡ଼ରି ନିଜେ ସଂକୁଚିତ ହୋଇଯିବା ଏହାର ଲକ୍ଷଣ । ଏହି ରୋଗରେ ଆକ୍ରାନ୍ତ ରୋଗୀ ନିଜ ଦୁନିଆରେ ବଂଚିବାକୁ ଚାହେଁ , କାହା ସହ ସଂପର୍କ ରଖିବା ନ ରଖିବାରେ କିଛି ଫରକ ପଡ଼େନି ।

ସିଜୋଫ୍ରେନିଆ ଏକ ମାନସିକ ରୋଗ ହୋଇଥିବାରୁ ମେଡ଼ିସିନରେ ଏହାର ଉପଚାର ହୋଇ ନଥାଏ । ଗଭୀରଭାବେ ମାନସିକ ଆଘାତ ପାଇଥିବା ବ୍ୟକ୍ତି ଏହି ରୋଗରେ ପୀଡ଼ିତ ହୋଇଥାଏ । ତେଣୁ କୌଣସି ମେଡ଼ିସିନଠାରୁ ମାନସିକ ସୁସ୍ଥତା ବେଶି ପରିମାଣରେ ଲାଭ ଦେଇଥାଏ ।

ଆମେରିକାରେ ଥିବା ଭାରତୀୟ ବଂଶୋଦ୍ଭୋବ ଡ଼ାକ୍ତର ସୁନୀଲ କାଲମାଡ଼ି ଗବେଷଣା କରି  ଏହି ବାବଦରେ ଦେଇଛନ୍ତି ଚାଂଚଲ୍ୟକର ମତ । ସେ କହିଛନ୍ତି ସିଜୋଫ୍ରେନିଆରେ ଶିକାର ଲୋକ କେବଳ ବିବାହ ଦ୍ଵାରା ଆରୋଗ୍ୟ ପାଇପାରିବ, କୌଣସି ମେଡ଼ିସିନ ଦ୍ଵାରା ନୁହେଁ । ବିବାହ ହେଉଛି ସ୍ଥାୟୀ ଓ ସରଳ ସମାଧାନ । ଏହା ମାନସିକ ଏକ ରୋଗ ହୋଇଥିବାରୁ ପାରିବାରିକ ସଂପର୍କରେ ବାନ୍ଧିହେଲା ପରେ ସବୁ ଠିକଠାକ ହୋଇଯିବା କଥା କହିଛନ୍ତି ।

ଅଧିକାଂଶଲୋକ ବିବାହ ପରେ ସଂପୂର୍ଣ୍ଣ ଭଲ ହୋଇଯିବା କଥା  ସେ କହିଛନ୍ତି । ଅତି ଗଭୀରଭାବେ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଲୋକ ବିବାହପରେ ୮୦ ପ୍ରତିଶତ ଆରୋଗ୍ୟ ହୋଇଥାଏ ।

ବାପା-ମାଆଙ୍କର ବିଶୃଙ୍ଖଳିତ ଜୀବନ ଦ୍ଵାରା ପିଲାଙ୍କୁ ଏହି ରୋଗ ହେବାର ସମ୍ଭାବନା ଅଧିକ ଥାଏ । ଅନେକ ସମୟରେ ଦାମ୍ପତ୍ୟ ଜୀବନ ଭିତରେ କୌଣସି ନା କୌଣସି କାରଣରୁ ଝଡ଼ ସୃଷ୍ଟି ହୋଇଥାଏ । ଫଳରେ ବାପା-ମାଆ ଯଦି ବିଶୃଙ୍ଖଳିତ ହୋଇଥାନ୍ତି ପିଲାଙ୍କୁ ଏହି ରୋଗ ହେବାର ସମ୍ଭାବନା ଦେଖାଯାଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.