ବିବାହ ଉତ୍ସବରୁ ବ୍ୟାପିଲା କରୋନା, ଚର୍ଚ୍ଚ, ଜେଲ, କ୍ଲିନିକ୍ ବି ପଡିଲାନି ବାଦ
18/09/2020 at 5:27 PM

ମିଲିନୋକେଟ୍ : ସାରା ଦୁନିଆରେ ବ୍ୟାପିଯାଇଛି କରୋନା। ସର୍ବାଧିକ ସଂକ୍ରମିତ ଦେଶଙ୍କ ସୂଚୀର ଶୀର୍ଷରେ ରହିଛି ଆମେରିକା। ତେବେ ଆମେରିକାରେ କୋଭିଡ ଏମିତିରେ ବ୍ୟାପିନି। କରୋନା ସମ୍ପର୍କରେ ଲୋକଙ୍କ ଅଜ୍ଞତା ହିଁ ସାରା ଦେଶକୁ ବିପଦରେ ପକାଇ ଦେଇଛି। ଗତ ଅଗଷ୍ଟ ମାସରେ ମିଲିନୋକେଟ୍ ନିକଟରେ ଏକ ବିବାହ ଉତ୍ସବ ହୋଇଥିଲା। ଏଥିରେ ଯୋଗଦେବାକୁ ସର୍ବାଧିକ ୫୦ଜଣଙ୍କୁ ଅନୁମତିଥିଲା। ହେଲେ ଆୟୋଜକ ଏହାକୁ ମାନି ନଥିଲେ ଫଳରେ ଗୋଟିଏ ସମୂଦାୟ ଲାଗି ସାରା ଦେଶରେ କୋଭିଡ ବ୍ୟାପିଯାଇଥିବା ମାମଲାର ତଦନ୍ତ କରୁଥିବା ଆମେରିକା ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ (ସିଡିସି)ଙ୍କ ସୂତ୍ରରୁ ଜଣାପଡିଛି।

ସିଡିସିଙ୍କ ଅନୁସାରେ ଏହି ବିବାହ ଉତ୍ସବ ଉତ୍ତର-ପୂର୍ବ ଆମେରିକୀୟ ରାଜ୍ୟ ମିଲିନୋକେଟ୍ର ମାଇନ୍ରେ ଗତ ଅଗଷ୍ଟ ମାସରେ ହୋଇଥିଲା। ସ୍ଥାନୀୟ ବାପଟିଷ୍ଟ ଚର୍ଚ୍ଚରେ ବିବାହ ପରେ ନବ ବିବାହିତ ଦମ୍ପତ୍ତି ନିକଟସ୍ଥ ବିଗ ମୁସ୍ ଇନ୍ ହୋଟେଲରେ ରିସେପସନର ଆୟୋଜନ କରିଥିଲେ। ଉଭୟ ବିବାହ ଓ ରିସେପସନ୍ରେ ଯେତିକି ଲୋକଙ୍କ ଲାଗି ଅନୁମିତି ଥିଲା ତାଠାରୁ ଅନେକଗୁଣା ଅଧିକ ଲୋକେ ଯୋଗଦେଇଥିଲେ। ଫଳରେ କରୋନା ବ୍ୟାପିବା ସହ କାର୍ଯ୍ୟକ୍ରମକୁ ଦେଶର ଅନେକ ହଟ୍ସ୍ପଟ ସହ ସଂଯୁକ୍ତ କରିଛି।

ଏହି ବିବାହ ଉତ୍ସବରୁ ବ୍ୟାପିଥିବା କରୋନା ଚର୍ଚ୍ଚ, ହୋଟେଲ, ଜେଲ, କ୍ଲିନିକକୁ ସଂକ୍ରମିତ କରିଥିବା ବେଳେ ଦେଶର ଦୂରଦୂରନ୍ତରେ ମଧ୍ୟ ଏବେ କଣ୍ଟ୍ରାକ୍ଟ ଟ୍ରେସିଂ ହେବାରେ ଲାଗିଛି। ଯେଉଁ ସମୂଦାୟ ଏହି ବିବାହ ଉତ୍ସବ ଆୟୋଜନ କରିଥିଲେ ସେମାନେ ରହୁଥିବା ସହରର ଜନ ସଂଖ୍ୟା ମାତ୍ର ୪ହଜାର । ଘଟଣା ଜଣାପଡିବା ପରେ ଟାଉନ୍ କାଉନସିଲ ହେଡ୍ ମେକୱେନ୍ ସହରକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲେ। ଘଟଣାକୁ ନେଇ ଆୟୋଜକ ପରିବାରଙ୍କ ଉପରେ ସହରବାସୀ କ୍ଷୁବ୍ଧ ଥିଲେ। ପରିସ୍ଥିତି ଖୁବ୍ ଶୀଘ୍ର ଆୟତ୍ତାଧୀନ ହୋଇଥିଲା। ହେଲେ ସେତେବେଳକୁ ସହରରେ କୋଭିଡ ଯୋଗୁ ୭ ଜଣଙ୍କ ମୃତ୍ୟୁ ହୋଇସାରିଥିଲା ବୋଲି ମେକୱେନ୍ କହିଛନ୍ତି।

ଏହି ମାମଲାର ସିଡିସି ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଥିଲା। ଯାହା ଏପର୍ଯ୍ୟନ୍ତ ସରି ନଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି। ବିବାହ ଉତ୍ସବରୁ ଦେଶର କୋଣ ଅନୁକୋଣକୁ ସଂକ୍ରମଣ ବ୍ୟାପିଯାଇଛି। କେଉଁଠୁ ନା କେଉଁଠୁ ସଂକ୍ରମିତ ଚିହ୍ନଟ ହେଉଥିବା ଲୋକଙ୍କ ସମ୍ପର୍କ ଏହି ବିବାହ ଉତ୍ସବକୁ ସଂଯୁକ୍ତ କରୁଥିବାର ସେ କହିଛନ୍ତି। କେବଳ ଏହି ବିବାହ ଉତ୍ସବ ନୁହେଁ ଦେଶରେ ଜାନୁୟାରୀ ମାସରୁ ଏପରି ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ଯାହା ଦେଶ ଲାଗି ସୁପରସ୍ପ୍ରେଡର ଭଳି କାମ କରିଥିବା ସିଡିସି କହିଛନ୍ତି।