WTC Final : ବ୍ୟାଟିଂ ପୂର୍ବରୁ ଶୋଇପଡିଥିଲେ ମାର୍ନସ ଲାବୁସେନ୍, ନିଦ ଭାଙ୍ଗିଦେଲେ ସିରାଜ୍
10/06/2023 at 1:35 PM

ଇଂଲଣ୍ଡ ୧୦।୦୬: ଲାବୁସେନଙ୍କ ନିଦ ଛଢାଇଦେଲେ ସିରାଜ । ଭାରତ-ଅଷ୍ଟ୍ରେଲିଆ ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି । ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ ହେଉଛି ।
ଇଂଲଣ୍ଡର ଓଭାଲ ଗ୍ରାଉଣ୍ଡରେ ଚାଲିଛି ବିଶ୍ୱ ଟେଷ୍ଟ ଚମ୍ପିଆନ୍ସିପ୍ର ଫାଇନାଲ ମୁକାବିଲା । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଛି ଜୋରଦାର ଲଢେଇ । ପ୍ରଥମେ ବ୍ୟାଟିଂ କରି ଭାରତ ସମ୍ମୁଖରେ ବିଶାଳ ରନ୍ ଛିଡା କରିଛି ଅଷ୍ଟ୍ରେଲିଆ । ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୪୬୯ ରନ୍ରେ ଅଲ୍ଆଉଟ୍ ହୋଇଥିଲା । ଯାହାର ଜବାବରେ ଭାରତ ୨୯୬ ରନ୍ କରିବାରେ ସକ୍ଷମ ହୋଇଥିଲା । ଅଷ୍ଟ୍ରେଲିଆ ଟିମ୍ ଭାରତରୁ ଠାରୁ ୧୭୩ରନ୍ରେ ଆଗୁଆ ରହିଥିଲା ।
ଅଷ୍ଟ୍ରେଲିଆ ପକ୍ଷରୁ ୨ୟ ଇନିଂସରେ ବ୍ୟାଟିଂ କରିବାକୁ ଆସିଥିଲେ ଡେଭିଡ୍ ଓ୍ୱାର୍ଣ୍ଣର ଏବଂ ଉସମାନ୍ ଖ୍ୱାଜା । ପରବର୍ତ୍ତୀ ବ୍ୟାଟିଂ ପାଇଁ ପ୍ୟାଡ୍ ଅପ୍ ହୋଇ ପ୍ୟାଭିଲିୟନ୍ରେ ବସିଥିଲେ ମାର୍ନସ ଲାବୁସେନ । ୨ୟ ଇନିଂସର ୩.୪ ଓଭରରେ ଡେଭିଡ୍ ଓ୍ୱାର୍ଣ୍ଣରଙ୍କ ଆଉଟ୍ କରିଥିଲେ ମହମ୍ମଦ ସିରାଜ । ଏହି ସମୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଥିଲା ।
ଡେଭିଡ୍ ଓ୍ୱାର୍ଣ୍ଣର ଆଉଟ୍ ହେବା ପୂର୍ବରୁ ପ୍ୟାଭିଲିୟନ୍ରେ ବସିଥିବା ଲାବୁସେନ୍ଙ୍କ ଆଖିରେ ନିଦ ଲାଗିଯାଇଥିଲା । ହଠାତ୍ ସାଥୀ ଖେଳାଳିମାନେ ତାଙ୍କୁ ନିଦରୁ ଉଠାଇ ପଡିଆ ମଧ୍ୟକୁ ଯିବା ଲାଗି କହିଥିଲେ । ଏହାଶୁଣି ଲାବୁସେନ୍ ହଠାତ୍ ନିଦରୁ ଉଠିଯାଇଥିଲା । ବ୍ୟାଟ୍ ଓ ଗ୍ଲୋବ୍ସ ଧରି ପଡିଆ ମଧ୍ୟକୁ ଯାଇଥିଲେ । ଯାହାର ଭିଡିଓ ଟିଭି କ୍ୟାମେରାରେ କଏଦ ହୋଇଥିଲା । ପରେ ଏହି ଭିଡିଓକୁ ଆଇସିସି ନିଜର ଟ୍ୱିଟର ହ୍ୟାଣ୍ଡେଲ୍ରେ ସେୟାର କରିଛି ।ଏହି ଖୁବ୍ ଭାଇରାଲ ହେବାରେ ଲାଗିଛି ।
You Can Read :