ମନ୍ତ୍ରିମଣ୍ଡଳ ଗଠନ ପରେ ସେୟାର ବଜାର ସବୁଜମୟ; ସେନସେକ୍ସ ଭାଙ୍ଗିଲା ସର୍ବକାଳୀନ ରେକର୍ଡ

Published By : Prameya-News7 Bureau | June 10, 2024 IST

ନୂଆଦିଲ୍ଲୀ: ଦେଶରେ ଏନଡିଏ ସରକାର ଆରମ୍ଭ ହୋଇଛି । ତୃତୀୟ ପାଳିରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏପଟେ ସେୟାର ବଜାର ମଧ୍ୟ ସବୁଜମୟ ହୋଇଛି । ମୋଦି ୩.Oକୁ ସମ୍ମାନ ଦେଇଛି ଭାରତୀୟ ପୁଞ୍ଜିବଜାର । ଏନଡିଏ ସରକାର ଗଠନ ପରେ ସୋମବାର ସେୟାର ବଜାର ଉର୍ଦ୍ଧ୍ବଗାମୀ ହୋଇ ଇତିହାସ ରଚିଛି । ସପ୍ତାହର ପ୍ରଥମ ଦିନରେ ସେନସେକ୍ସ ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ସେନସେକ୍ସ ୭୭ ହଜାର ଅଙ୍କ ପାର୍ କରିଛି । ଶେଷ ଖବର ସୁଦ୍ଧା ଭାରତୀୟ ପୁଞ୍ଜି ବଜାର ସେନସେକ୍ସ ୭୭ ହଜାର ୧୭ ପାଏଣ୍ଟରୁ ଛୁଇଁଛି । ସେହିପରି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ବଜାର ଖୋଲିବା ମାତ୍ରେ ୧୦୫ ଅଙ୍କ ବଢ଼ି ଲମ୍ଫ ମାରିଥିଲା ।  

ଗତ ସପ୍ତାହରେ କାରବାରର ଶେଷ ଦିନରେ ଅର୍ଥାତ୍ ଶୁକ୍ରବାର ବିଏସଈ ସେନସେକ୍ସ ଓ ନିଫ୍ଟି ଜୋରଦାର ଭାବେ ବୃଦ୍ଧି ପାଇଥିଲା । ବିଏସଇ ସେନସେକ୍ସ ୧୬୧୮.୮୫ ଅଙ୍କ ବା ୨.୧୬ ପ୍ରତିଶତ ହାରରେ ବଢ଼ି ୭୬,୬୯୩.୪୧ ପଏଣ୍ଟରେ କ୍ଲୋଜ୍ ହୋଇଥିଲା । ଶୁକ୍ରବାର ଠାରୁ ସେୟାର ବଜାର ଦ୍ରୁତଗତିରେ ବଢିବାରେ ଲାଗିଛି । ସେନସେକ୍ସ ୭୭,୦୧୭ରେ ଖୋଲି ତୁରନ୍ତ ୭୭,୦୭୯ ଅଙ୍କରେ ପହଞ୍ଚିଥିଲା । ଏହା ସହିତ ବିଏସଇ ଇଣ୍ଡେକ୍ସର ଅଲ୍ ଟଇମ୍ ଲାଭେଲ୍ କ୍ରସ୍ କରିଛି ।  

ଆରମ୍ଭରୁ କାରବାର ନିଫ୍ଟ ଇଣ୍ଡେକ୍ସରେ ଆଦାନୀ ପୋର୍ଟସ, ପାଓ୍ବାର ଗ୍ରୀଡ୍, ବାଜାଜ ଅଟୋ, କୋଲ ଇଣ୍ଡିଆ, ଏବଂ ଶ୍ରୀରାମ ଫାଇନାନ୍ସର ସେୟାର ଦ୍ରୁତଗତିରେ ବଢ଼ିବାରେ ଲାଗିଥିଲା । ଏହାର ବିପରୀତ ଦିଗରେ ଟେକ୍ ମହିନ୍ଦ୍ରା, ଇନଫୋସିସ୍, ଡା. ରେଡ୍ଡୀ ଲ୍ୟାବ, ଏଲଟିଆଇ ମାଇଡଟ୍ରି ଏବଂ ହିଣ୍ଡାଲକୋର ସେୟାର ନିମ୍ନଗାମୀ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.