ଅନନ୍ତ-ରାଧିକାଙ୍କ ପ୍ରି ଓ୍ୱେଡିଂରେ ଯୋଗଦେବେ ଜୁକରବର୍ଗ ଓ ବିଲ୍‌ ଗେଟ୍ସ: ସାମିଲ ହେବେ ବିଶ୍ୱର ତୁଙ୍ଗ ନେତା

Published By : Prameya-News7 Bureau | February 22, 2024 IST

ନୂଆଦିଲ୍ଲୀ: ଭାରତର ସବୁଠୁ ଧନୀ ତଥା ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ପ୍ରିଓ୍ୱେଡିଂରେ ଯୋଗ ଦେବେ ବିଶ୍ୱର ବଡ଼ ବଡ଼ ଷ୍ଟାର। ଏମାନଙ୍କ ମଧ୍ୟରେ ଅଛନ୍ତି ଫେସବୁକ୍ ପ୍ରତିଷ୍ଠାତା ମାର୍କ ଜୁକରବର୍ଗ, ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ ଏବଂ ଏଡୋବ ସିଇଓ ଶାନ୍ତନୁ ନାରାୟଣ। ରାଧିକା ମର୍ଚ୍ଚାଣ୍ଟଙ୍କୁ ବିବାହ କରୁଛନ୍ତି ଅନନ୍ତ ଅମ୍ବାନୀ। ଏନକୋର ହେଲଥ କେୟାରର ସିଇଓ ବିରେନ ମର୍ଚ୍ଚାଣ୍ଟଙ୍କ ଝିଅ ହେଉଛନ୍ତି ରାଧିକା।

ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ଉତ୍ସବରେ ଯୋଗ ଦେଇଥିବା ସେଲିବ୍ରିଟିଙ୍କ ତାଲିକା ବହୁତ ଲମ୍ବା। ମାର୍ଚ୍ଚ ୧ ରୁ ୩ ମଧ୍ୟରେ ଗୁଜୁରାଟର ଜାମନଗରରେ ସେମାନଙ୍କର ପ୍ରି ଓ୍ୱେଡିଂ ସମାରୋହ ଅନୁଷ୍ଠିତ ହେବ।

ଏଡନୋକ ସିଇଓ ଡ. ସୁଲତାନ ଅଲ ଜାବର, ବିପି ସିଇଓ ମୈରେ ଆଚିନକ୍ଲୋସ, କତାର ପ୍ରଧାନମନ୍ତ୍ରୀ ମହମ୍ମଦ ବିନ ଅବଦୁଲ୍ଲାହମାନ ବିନ ଜସିମ ଅଲ ଥାମି, ସ୍ୱିଡେନର ପୂର୍ବତନ ପ୍ରଧାନମନ୍ତ୍ରୀ କାର୍ଲ ବିଲଡଟ, କଲୋନୀ କ୍ୟାପିଟାଲ ଚେୟାରମ୍ୟାନ୍ ତଥା ପ୍ରତିଷ୍ଠାତା ଥୋମାସ ବାରାକ, ଜେସି 2 ଭେଞ୍ଚର ସିଇଓ ଜନ୍ ଚାମ୍ବରସ୍, ଏକ୍ସୋର କାର୍ଯ୍ୟନିର୍ବାହୀ ଚେୟାରମ୍ୟାନ୍ ଜନ୍ ଏଲକାନ୍, ଏଣ୍ଡଭର୍‌ ସିଇଓ ଆରି ଇମାନୁଏଲ୍, ବ୍ଲାକରୋକ୍ ଚେୟାରମ୍ୟାନ୍ ତଥା ସିଇଓ ଲ୍ୟାରି ଫିଙ୍କ୍।

ସେହିପରି ବିଶ୍ୱର ପ୍ରମୁଖ ଉଦ୍ୟୋଗୀ ଓ ଶିଳ୍ପପତି ତଥା ମାଇକେଲ୍ ଗ୍ରିମସ୍ ପରିଚାଳନା ନିର୍ଦ୍ଦେଶକ, କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ; ଗୁଗୁଲ୍ ପ୍ରେସିଡେଣ୍ଟ, ବ୍ୟାଙ୍କ ଅଫ୍ ଆମେରିକାର ଉପାଧ୍ୟକ୍ଷ, ଭୁଟାନର ରାଜା ଏବଂ ରାଣୀ; ବୋଲିଭିଆର ପୂର୍ବତନ ରାଷ୍ଟ୍ରପତି, ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ଅତିଥି ତାଲିକାରେ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.