Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ଟି-୨୦ ବିଶ୍ୱ କପରେ ସବୁଠୁ ଦ୍ରୁତ ଗତିରେ ବଲ ପକାଇଲେ ମାର୍କ ଉଡ୍, ବ୍ୟାଟର ଗ୍ଲେନ ଫିଲିପ୍ସଙ୍କ ରିଆକ୍ସନ ଭାଇରାଲ

1/11/2022 at 7:09 PM

ନୂଆଦିଲ୍ଲୀ:  ଇଂଲଣ୍ଡର ଦ୍ରୁତ ବୋଲର ମାର୍କ ଉଡ୍ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଟି-୨୦ ବିଶ୍ୱ କପ ୨୦୨୨ର ସବୁଠୁ ଅଧିକ ବେଗର ବଲ ପକାଇଛନ୍ତି । ନ୍ୟୁଜିଲାଣ୍ଡ ଇନିଂସର ଷଷ୍ଠ ଓଭର ଶେଷ ବଲରେ ମାର୍କ ଉଡ୍ ଏହି ବଲ ପକାଇଥିଲେ । ମାର୍କ ଉଡ୍‌ଙ୍କ ଏହି ବଲରେ ଷ୍ଟ୍ରାଇକରେ ଥିବା ନ୍ୟୁଜିଲାଣ୍ଡ ବ୍ୟାଟର ଗ୍ଲେନ ଫିଲିପ୍ସ ଚକିତ ହୋଇଥିଲେ । ଇନିଂସ ଷଷ୍ଠ ଓଭରେ ମାର୍କ ଉଡ୍ ଘଣ୍ଟା ପ୍ରତି ୧୫୦ କିମି ବେଗ ଉପରେ ପାଞ୍ଚଟି ବଲ ପକାଇଥିଲେ ।

ଷଷ୍ଠ ଓଭରର ଶେଷ ବଲରେ ମାର୍କ ନିଜ ସ୍ପିଡରେ ଗ୍ଲେନ ଫିଲିପ୍ସଙ୍କୁ ଚକିତ କରାଇଥିଲେ । ସ୍ପିଡ ଗନରେ ଏହି ବଲର ବେଗ ଘଣ୍ଟା ପ୍ରତି ୧୫୫ କି.ମି ଥିବା ମପା ଯାଇଥିଲା । ଏହା ପୂର୍ବରୁ ମାର୍କ ଉଡ୍‌ଙ୍କ ନାଁରେ ହିଁ ଟୁର୍ଣ୍ଣାମେଣ୍ଟର ସବୁଠୁ ସ୍ପିଡ୍ ବଲ (୧୫୪kmph) ପକାଇବାର ରେକର୍ଡ ରହିଥିଲା ।

ମାର୍କ ଉଡ୍‌ଙ୍କ ଏହି ବଲରେ କିୱି ବ୍ୟାଟର ଗ୍ଲେନ ଫିଲିପ୍ସ କିଛି କରିପାରି ନଥିଲେ । ବଲ ତାଙ୍କ ବ୍ୟାଟର ଏଡ୍ଜରେ ବାଜି ୱିକେଟ ପଛ ବାଉଣ୍ଡ୍ରୀ ପାର କରିଥିଲା । ତେବେ ବଲର ସ୍ପିଡ୍ ଦେଖି ବ୍ୟାଟର ଗ୍ଲେନ ଫିଲିପ୍ସ ଡରି ଯାଇଥିଲେ ଏବଂ ତାଙ୍କ ଚେହେରାର ରଙ୍ଗ ବଦଳି ଯାଇଥିଲା ।

   Related Posts