'ଆମେ ସବୁ କିଛି ହରାଇଛୁ', ଦକ୍ଷିଣ ଆଫ୍ରିକାର ମହିଳା କ୍ରିକେଟର ମାରିଜାନେଙ୍କ ଦୁଃଖଭରା ଟ୍ୱିଟ୍

Published By : Prameya-News7 Bureau | August 26, 2021 IST

ଜୋହାନ୍ସବର୍ଗ, ୨୬ ।୦୮ :   କ୍ରିକେଟ ଷ୍ଟାଡିୟମ ବାହାରେ ଖେଳାଳିଙ୍କ ସହ ଏପରି କିଛି ଘଟଣା ଘଟିଥାଏ ଯାହା ସେମାନଙ୍କୁ ଭାବିବାକୁ ବାଧ୍ୟ କରେ । ପଡିଆ ଭିତରେ ଓ ବାହାରେ ସେମାନଙ୍କର ବ୍ୟକ୍ତିଗତ ଜୀବନ ମଧ୍ୟ ରହିଛି । ଯଦି ସେମାନଙ୍କ ସହ କିଛି ଅଘଟଣ ଘଟେ ତାହାଲେ ସେମାନେ ଦୁଃଖରେ ଭାଙ୍ଗି ପଡନ୍ତି ।

ଏପରି କିଛି ଘଟଣା ଦକ୍ଷିଣ ଆଫ୍ରିକାର ମହିଳା କ୍ରିକେଟର ମାରିଜାନେ କାପ୍‌ଙ୍କ ସହ ଘଟିଛି । ସେ ନିଜର ଦୁଃଖକୁ ତାଙ୍କ ପ୍ରଶଂସକଙ୍କ ଆଗରେ ବୟାନ କରିଛନ୍ତି ।

wp:html /wp:html

ମାରିଜାନେ କାପ୍ ଇଂଲଣ୍ଡରେ ଆରମ୍ଭ ହୋଇଥିବା ଦି ହଣ୍ଡ୍ରେଡର ପ୍ରଥମ ସିଜିନରେ ଓଭାଲ ଇନଭିନସିବଲ୍ସର ସଦସ୍ୟ ଅଟନ୍ତି । ତାଙ୍କ ଦଳ ଟୁର୍ଣ୍ଣାମେଣ୍ଟରେ ବିଜୟୀ ହୋଇଥିଲା ।  ମ୍ୟାଚ ପରେ ଆହତ ସମସ୍ୟା ପରେ ମାରିଜାନେ ଦଳରୁ ବାଦ୍ ପଡି ଘରକୁ ଫେରିଥିଲେ । ସେ କିନ୍ତୁ ଘରେ ପହଁଚିବା ପରେ ଭୟଙ୍କର ଦୃଶ୍ୟ ଦେଖିବାକୁ ପାଇଥିଲେ । ଘରର ସବୁ ଆସବାବପତ୍ର ଜଳିଯାଇଥିଲା । ଏନେଇ ସେ ଟ୍ୱିଟରରେ ଉଲ୍ଲେଖ କରିବା ସହ ଦୁଃଖ ଜଣାଇଛନ୍ତି ।

ଟ୍ୱିଟରରେ ଏକ ଫଟୋ ପୋଷ୍ଟ କରି ସେ କ୍ୟାପସନରେ ଲେଖିଛନ୍ତି ଯେ, ସକାଳେ ତାଙ୍କୁ ସବୁଠୁ ଖରାପ ଖବର ଶୁଣିବାକୁ ମିଳିଛି । ତାଙ୍କର ପୁରା ଜୀବନ, ସ୍ମୃତି ଓ ଆସବାବପତ୍ର ପୋଡିଯାଇଛି । ସେ ସବୁକିଛି ହରାଇ ଦେଇଛନ୍ତି ।

ସୂଚନାଯୋଗ୍ୟ. ଦି ହଣ୍ଡ୍ରେଡ୍ ଫାଇନାଲରେ ମାରିଜାନେ ନିଜ ଦଳ ପାଇଁ ତିନୋଟି ଓ୍ୱିକେଟ୍ ନେଇଥିଲେ ଷ ସେ ୧୮ ବଲର ପକାଇ ମାତ୍ର ୯ ରନ୍ ବ୍ୟୟ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.