ଆହତ ହେଲେ ଅଷ୍ଟ୍ରେଲିଆର ଏହି ଷ୍ଟାର୍ ଅଲରାଉଣ୍ଡର, ଦ୍ୱିତୀୟ ଦିନିକିଆ ଖେଳିବା ନେଇ ସନ୍ଦେହ

Published By : Prameya-News7 Bureau | November 28, 2020 IST

ବେଜିଂ,୨୮/୧୧:     ଅଷ୍ଟ୍ରେଲିଆ ଅଳରାଉଣ୍ଡର ମାର୍କସ ଷ୍ଟୋଇନ୍ସ ଭାରତ ବିପକ୍ଷରେ ଦ୍ୱିତୀୟ ଦିନିକିଆ ଖେଳି ନପାରନ୍ତି । କାରମ ଶୁକ୍ରବାର ସିଡନୀରେ ଖେଳାଯାଇଥିବା ମୁକାବିଲାରେ ସେ ଆହତ ହୋଇଛନ୍ତି ।ଷ୍ଟୋଇନ୍ସ ନିଜର ସପ୍ତମ ଓଭର ବୋଲିଂ କରୁଥିବା ବେଳେ ଆହତ ହୋଇଥିଲେ । ଏହାପରେ ସେ ତୁରନ୍ତ ଡ୍ରେସିଂ ରୁମ୍‌କୁ ଚାଲିଯାଇଥିଲେ ।
କ୍ରିକେଟ.କମ୍.ଏୟୁର ରିପୋର୍ଟ ଅନୁସାରେ, ୩୧ ବର୍ଷୀୟ ମାର୍କସଙ୍କ ପେଟର ବାମ ପାର୍ଶ୍ୱରେ ଆଘାତ ଲାଗିଥିଲା । ଏହା ଗୁରୁତର ହେବାରୁ ସ୍କାନ କରାଯିବ ।

{"id":368942,"sizeSlug":"large"}

ଯଦି ମାର୍କସ୍ ଫିଟ୍ ନହୁଅନ୍ତି ତାହାଲେ କ୍ୟାମରନ୍ ଗ୍ରୀନ୍ କିମ୍ବା ମୋଇସେସ୍ ହେନରିକସ୍ ରବିବାର ଦ୍ୱିତୀୟ ଦିନିକିଆରେ ଖେଳିପାରନ୍ତି । ପ୍ରଥମ ଦିନିକିଆରେ ୪ ନମ୍ବର ସ୍ଥାନରେ ବ୍ୟାଟିଂ ପାଇଁ ଆସଥିବା ମାର୍କସ୍ ବିନା କୌଣସି ରନରେ ପ୍ୟାଭିଲିୟନ ଫେରିଥିଲେ ।

ଅଧିନାୟକ ଷ୍ଟିଭ୍ ସ୍ମିଥ୍ କହିଛନ୍ତି ଯେ, ଷ୍ଟୋଇନ୍ସ କିପରି ଅଛନ୍ତି ସେ ଜାଣନ୍ତି ନାହିଁ । ଅତିଶୀଘ୍ର ସେ ସୁସ୍ଥ ହେବେ ବୋଲି ଆଶା କରାଯାଉଛି । ଯଦି ସେ ସୁସ୍ଥ ନହୁଅନ୍ତି ତେବେ ଅନ୍ୟ କୌଣସି ବୋଲରଙ୍କୁ ସୁଯୋଗ ମିଳିପାରେ । କ୍ୟାମରନ ଦ୍ୱିତୀୟ ଦିନିକିଆରେ ଖେଳିବା ସମ୍ଭାବନା ଅଧିକ ଥିବା ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.