୧୮୦ କିମି ବେଗରେ ଦୁର୍ଘଟଣାଗ୍ରସ୍ତ ହେଲା ବାଇକ୍‌, ରେସିଂ ଟ୍ରାକ୍‌ରେ ଚକ୍ରି ପରି ଉଡିଲେ ବାଇକର, ଭିଡିଓ viral

Published By : Prameya-News7 Bureau | March 20, 2022 IST

ମଣ୍ଡାଲିକା ୨୦।୩:  ଇଣ୍ଡୋନେସିଆ ମଣ୍ଡାଲିକା ଇଣ୍ଟରନ୍ୟାସନାଲ ଷ୍ଟ୍ରିଟ୍‌ ସର୍କିଟ୍‌ରେ ରବିବାର ବାଇକ୍ ରେସିଂ ବେଳେ ଭୀଷଣ ଦୁର୍ଘଟଣା ଘଟିଛି। ଇଣ୍ଡୋନେସିଆ ଗ୍ରାଁ ପ୍ରି ପୂର୍ବରୁ ରବିବାର ୱାର୍ମଅପ ବେଳେ ଏହି ଦୁର୍ଘଟଣା  ହୋଇଛି। ଏଥିରେ ସ୍ପେନ୍‌ର ବାଇକ୍‌ ରେସର ଓ ୬ଥରର ୱାର୍ଲଡ ଚାମ୍ପିୟନ ମାର୍କ ମାର୍କ୍ୱେଜ୍ ଗୁରୁତର ଆହତ ହୋଇଛନ୍ତି।

{"id":602871,"sizeSlug":"full","linkDestination":"none"}

ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ମାର୍କ୍ୱେଜ କେତେ ଫୁଟ ଉଚ୍ଚକୁ ଉଠି ଚକ୍ରି ଭଳି ଘୁରି ଘରି ବାଇକ୍ ସହ ତଳେ କଚାଡ଼ି ହୋଇ ପଡିଥିଲେ। ତେବେ ପରେ ତାଙ୍କୁ ରେସକୋର୍ସରେ ଚାଲିଚାଲି ଆସୁଥିବାର ଦେଖାଯାଇଛି। ଭିଡିଓରୁ ଦେଖାଯାଉଛି କିପରି ରେସର ପବନରେ ଚକ୍ରି ପରି ଘୁରୁଛନ୍ତି। ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଅପଲୋଡ ହୋଇଥିବା ବେଳେ ତାହା ଭାଇରାଲ ହୋଇଯାଇଛି।

wp:html /wp:html

ଯେଉଁ ସମୟରେ ଏହି ଦୁର୍ଘଟଣା ହେଲା ସେତେବେଳେ ମାର୍କ୍ୱେଜ୍ ତାଙ୍କ ବାଇକ୍‌କୁ ରେସ କୋର୍ସରେ ୧୮୦ କିଲୋମିଟର ବେଗରେ ଦଉଡାଉଥିଲେ। ଏକ ମୋଡରେ ବୁଲିବା ଲାଗି ସେ ବାଇକ୍ ଅଣେଇଥିବା ବେଳେ କୌଣସି ଏକ ଜିନିଷରେ ବାଜି ପବନକୁ ଉଠି ଛଟିକି ଯାଇଥିଲା। ବାଇକ ଉପରେ ସବାର ରେସର ମଧ୍ୟ ପବନକୁ ଛିଟକି ଯାଇଥିଲେ। ବାଇକଟି ଯେତିକି କଚଡା ପଡୁଥିଲା ଚାଳକ ମଧ୍ୟ ସେତିକି କଚଡା ପଡି ଗଡିଗଡି ଯାଉଥିବା ଦେଖାଯାଇଛି।

{"id":602873,"sizeSlug":"full","linkDestination":"none"}

ତେବେ ଦୁର୍ଘଟଣା ପରେ ମାର୍କ୍ୱେଜ ନିଜକୁ ନିଜେ ଉଠି ଛିଡା ହେବା ସହ ରୋଡ କଡରେ ଚାଲିଚାଲି ଯାଉଥିବା ଦେଖାଯାଇଛି। ବାଇକ୍‌ ରେସିଂ ବାସ୍ତବିକ ରୋମାଞ୍ଚକର। ଷ୍ଟାଡିୟମରେ ହେଉ ଅଥବା ଟେଲିଭିଜନରେ ଦେଖିବାକୁ ବେଶ୍ ରୋମାଞ୍ଚକର ଲାଗେ ହେଲେ ଏପରି ଦୁର୍ଘଟଣା ବାସ୍ତବିକ ଡରାଇ ଦେବା ଭଳି। ଦୁର୍ଘଟଣାରେ ତାଙ୍କ ବାଇକଟି ଟୁକୁରା ଟୁକୁରା ହୋଇଯାଇଥିବା ବେଳେ ମାର୍କ୍ୱେଜଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଛି। ତାଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି ତେବେ ସେ ଚିକିତ୍ସିତ ହେଉଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.