ମୋଦି ସରକାରଙ୍କ ଶେଷ ମନ୍ତ୍ରୀପରିଷଦ ବୈଠକ; ରବିବାର ବିଭିନ୍ନ କାର୍ଯ୍ୟପନ୍ଥା ଉପରେ ଆଲୋଚନା

Published By : Prameya-News7 Bureau | March 03, 2024 IST

ନୂଆଦିଲ୍ଲୀ: ରବିବାର ମୋଦି ୨.୦ ସରକାରଙ୍କ କେନ୍ଦ୍ରୀୟ ମନ୍ତ୍ରୀ ପରିଷଦ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ଆଗକୁ ଲୋକସଭା ନିର୍ବାଚନ ଥିବାରୁ ସରକାରଙ୍କ ଆଗାମୀ କାର୍ଯ୍ୟ ପନ୍ଥା ଉପରେ ଏହି ମିଟିଂରେ ଆଲୋଚନା ହେବ । ବିଭିନ୍ନ ଜନକଲ୍ୟାଣ ଓ ବିକାଶମୂଳକ ଯୋଜନା ଉପରେ ଚର୍ଚ୍ଚା ହେବ ।

ମୋଦି ସରକାରଙ୍କ ଏହି ଦ୍ବିତୀୟ ପାଳିରେ ଏହା ଶେଷ ବୈଠକ । ଚାଣକ୍ୟପୁରୀ ସ୍ଥିତ ଡିପ୍ଲୋମାଟିକ୍ ଏନକ୍ଲେଭର ସୁଷମା ସ୍ବରାଜ ଭବନରେ ଏହି ମିଟିଂ ବସିବ । ଲୋକସଭା ନିର୍ବାଚନ ପୂର୍ବରୁ ଏହି ବୈଠକ ବେଶ୍ ଗୁରୁତ୍ବପୂର୍ଣ୍ଣ । ସମୟ ଅନୁସାରେ ସରକାରଙ୍କ କାର୍ଯ୍ୟପନ୍ଥା, ପଦକ୍ଷେପ, ପଲିସି ଉପରେ ମନ୍ତ୍ରୀମାନଙ୍କ ନିକଟରୁ ପ୍ରଧାନମନ୍ତ୍ରୀ ଫିଡ୍‌ବ୍ୟାକ୍ ନେବେ ।

wp:embed {"url":"https://www.prameyanews7.com/sushma-swarajs-daughter-bansuri-swaraj-to-make-her-poll-debut/","type":"wp-embed","providerNameSlug":"prameya-news-7"}
https://www.prameyanews7.com/sushma-swarajs-daughter-bansuri-swaraj-to-make-her-poll-debut/
/wp:embed

କେନ୍ଦ୍ରୀୟ ମନ୍ତ୍ରୀ ପରିଷଦ ବୈଠକରେ ସମସ୍ତ ମନ୍ତ୍ରୀ ଓ ସଚିବ ମାନେ ସାମିଲ ହେବେ । ରବିବାର ସକାଳୁ ଆରମ୍ଭ ହୋଇ ସଂଧ୍ୟା ପର୍ଯ୍ୟନ୍ତ ଚାଲିବ । ଏହି ମିଟିଂରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଂଗରେ ମୋହର ବାଜିବ ବୋଲି କୁହାଯାଉଛି । ଆସନ୍ତା ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ଲୋକସଭା ନିର୍ବାଚନ ନେଇ ତାରିଖ ଘୋଷଣା ହୋଇପାରେ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.