ହକି ବିଶ୍ୱକପ୍, ବାଲିପାଟଣାରେ ମିନି ମାରାଥନ୍
10/01/2023 at 12:50 PM

ବାଲିପାଟଣା ୧୦।୦୧ : ପୁରୁଷ ହକି ବିଶ୍ୱକପ୍ ପାଇଁ ବାଲିପାଟଣାରେ ମିନି ମାରାଥନ ଅନୁଷ୍ଠିତ । ବାଲିପାଟଣା ତହସିଲ କର୍ମଚାରୀ, ବାଲିପାଟଣା ବ୍ଲକ କର୍ମଚାରୀ, ବାଲିପାଟଣା ବ୍ଲକର ସମସ୍ତ ନିର୍ବାଚିତ ଜନ ପ୍ରତିନିଧ, ସ୍ୱଂୟ ସହାୟକ ଗୋଷ୍ଠୀ, ସାମ୍ବାଦିକମାନେ ଏହି ମାରାଥାନରେ ଯୋଗ ଦେଇଥିଲେ ।

ବିଶ୍ୱନାଥପୁର ମାଆ ଦକ୍ଷିଣଶ୍ୱରୀ ମନ୍ଦିରରୁ ବାଲିପାଟଣା ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏହି ମାରାଥନ ଅନୁଷ୍ଠିତ ହୋଇଛି । ହକି ବିଶ୍ୱକପ୍ ପାଇଁ ପ୍ରଶାସନର ଏଭଳି ପ୍ରୟାସକୁ ସମସ୍ତେ ସ୍ୱାଗତ କରିଛନ୍ତି । ଏହି ଉପଲକ୍ଷେ ସରକାରୀ କର୍ମଚାରୀ, ସାମ୍ବାଦିକ, ଜନ ପ୍ରତିନିଧିମାନଙ୍କ ମଧ୍ୟରେ କ୍ରିକେଟ୍ ଖେଳର ଆୟୋଜନ ମଧ୍ୟ କରାଯାଇଛି ।

Related Posts
ମହୁଲ ଗଛରୁ ମିଳିଲା ଯୁବତୀଙ୍କ ମୃତଦେହ, କାରଣ ଖୋଜୁଛି ପୋଲିସ
7 February 2023
କଟକରେ ଜିଏସ୍ଟି ରେଡ୍, ଦୋକାନ ସମେତ ବିଭିନ୍ନ ସ୍ଥାନରେ ଚଢାଉ
7 February 2023
ଟ୍ରକ୍ ସହ ଧକ୍କା ହେଲା ମୋପେଡ, ଜଣେ ମୃତ ଓ ଜଣେ ଗୁରୁତର
7 February 2023