ମରାଠା ଆରକ୍ଷଣ ପ୍ରସଙ୍ଗ: ଅନଶନରୁ ଓହରିଲେ ମନୋଜ ଜାରାଙ୍ଗେ ପାଟିଲ

Published By : Prameya-News7 Bureau | February 26, 2024 IST

ନୂଆଦିଲ୍ଲୀ​‌: ମରାଠା ଆରକ୍ଷଣ ମାମଲାରେ ମହାରାଷ୍ଟ୍ର ଏକନାଥ ସିନ୍ଦେ ସରକାରଙ୍କୁ ବଡ଼ ଆଶ୍ବସ୍ତି । ମରାଠା କୋଟାକୁ ନେଇ ଆନ୍ଦୋଳନ କରୁଥିବା ମନୋଜ ଜାରାଙ୍ଗେ ପାଟିଲ ନିଜ ୧୭ ଦିନର ଆମରଣ ଅନଶନରୁ ଓହରିଛନ୍ତି। କୁହାଯାଉଛି, ଏକନାଥ ସିନ୍ଦେଙ୍କ ତରଫରୁ ତାଙ୍କୁ ଚେତାବନୀ ଦିଆଯାଇଥିଲା। ଆଉ ଏକନାଥଙ୍କ କଡ଼ା ଚେତାବନୀ ପରେ ହିଁ ମନୋଜ ଜାରାଙ୍ଗେ ପାଟିଲ ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି।

ପ୍ରକୃତରେ ପାଟିଲ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଉପରେ ଅଭିଯୋଗ ଆଣିଥିଲେ। ସେ କହିଥିଲେ ଫଡ଼ନାଭିସ ତାଙ୍କର ଏନକାଉଣ୍ଟର କରିଦେବେ। ଆଉ ଏହାକୁ ନେଇ ଏକନାଥ ସିନ୍ଦେ ଚେତାବନୀ ଦେବା ସହ ଏଭଳି ଭାବରେ ନିଜର ସୀମା ଉଲ୍ଲଘଂନ ନକରନ୍ତୁ ବୋଲି ଚେତାବନୀ ଦେଇଥିଲେ।

ଆହୁରି ପଢ଼ନ୍ତୁ: ନାଫେ ସିଂହ ରାଠୀଙ୍କ ହତ୍ୟା ଘଟଣାରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବୁ: ହରିଆଣା ଗୃହମନ୍ତ୍ରୀ

ସୂଚନାଥାଉକି, ଜାରାଙ୍ଗେଙ୍କ ଦୀର୍ଘ ଦିନର ଆନ୍ଦୋଳନ ପରେ ମହରାଷ୍ଟ୍ର ବିଧାନସଭା ସ୍ବତନ୍ତ୍ର ଅଧିବେଶନ ଡକାଇ ୧୦ ପ୍ରତିଶତ ମରାଠା କୋଟାକୁ ମଞ୍ଜୁରୀ ଦିଆଯାଇଛି। ଏହା ଅନୁଯାୟୀ, ସରକାରୀ ଚାକିରି ଏବଂ ଶିକ୍ଷାନୁଷ୍ଠାନରେ ୧୦ ପ୍ରତିଶତ ଆରକ୍ଷଣ ମିଳିବ। ତେବେ ମନୋଜ ଜାରାଙ୍ଗେ ସରକାରଙ୍କ ଏହି ନିଷ୍ପତ୍ତିର ମଧ୍ୟ ବିରୋଧ କରିଛନ୍ତି ।

ତାଙ୍କର କହିବା ଅନୁଯାୟୀ, ସରକାର ଅଲଗା ୧୦ ପ୍ରତିଶତ ଆରକ୍ଷଣ ଦେବା ପରିବର୍ତ୍ତେ ମରାଠା ସମୁଦାୟକୁ ଓବିସି କୋଟା ଦେବା ଦରକାର। ଯଦି ମରାଠା ସମାଜକୁ ଓବିସିରେ ସାମିଲ କରାଯାଉଛି ତେବେ ସେମାନଙ୍କର ୫୦ ପ୍ରତିଶତ ଜାତିଗତ ଆରକ୍ଷଣର ସୀମା ବଜାୟ ରହିବ ଏବଂ କୋଟା ମଧ୍ୟ ମିଳିଯିବ। ଆଉ ଏହି ଦାବି ଦେଇ ସେ ୧୭ ଦିନୀ ଅନଶନରେ ବସିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.