Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ସାଂସଦ ପ୍ରତିନିଧି ଅଫିସର ସାମ୍ବାଦିକଙ୍କୁ ମାଓବାଦୀ ଙ୍କ ଚେତାବନୀ, ଲାଗିଲା ହାତ ଲେଖା ପୋଷ୍ଟର

3/09/2022 at 8:48 AM

ବାଲିଗୁଡା ୦୩/୦୯: ବହୁ ଦିନର ନୀରବତା ପରେ କନ୍ଧମାଳ ରେ ପୁଣି ଲାଗିଲା ମାଓବାଦୀଙ୍କ ହାତ ଲେଖା ପୋଷ୍ଟର । କୋଟଗଡ ଥାନା ଅନ୍ତର୍ଗତ ଜାମଝୋର ଛକରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ପ୍ରତିନିଧି ମନୋଜ ସାବତ ପୂର୍ବତନ ବିଡ଼ିଓ କୈଳାଶ ଚନ୍ଦ୍ର ମୁର୍ମୁ ଓ ବ୍ଲକ କ୍ୟାସିଅର ଛବି ବାବୁଙ୍କ ନାମରେ ଲାଗିଛି ପୋଷ୍ଟର ।

ବିଭିନ୍ନ ଦୁର୍ନୀତିରେ ଛନ୍ଦିହୋଇ ସରକାରୀ ଅର୍ଥ ଲୁଟ ଏବଂ ରାଜସ୍ୱ ବିଭାଗକୁ ହାତକରି ଜଙ୍ଗଲ ଜମି ନିଜ ଅକ୍ତିଆରକୁ ନେବା ଏହିଭଳି ସଂଗୀନ ଅଭିଯୋଗ ସ୍ୱତ୍ତେ ଭିଜିଲାନ୍ସ ବିଭାଗ ଧରୁନଥିବାରୁ ମାଓବାଦୀ ସଂଗଠନ ବିରୋଧ କରୁଛି ବୋଲି ପୋଷ୍ଟରେ ଲେଖାଯାଇଛି ।

ଜିଲ୍ଲାରେ କିଛି ସାମ୍ବାଦିକ ଶାସକଦଳ ଓ ପ୍ରଶାସନର ଗୋଲାମଗିରି କରି ଦୁର୍ନୀତିକୁ ଘଣ୍ଟ ଘୋଡାଉଛନ୍ତି ଆମେ ତାହାର ଖୁଲାସା କରିବୁ ଭିଜିଲାନ୍ସ ନଧରିଲେ ଆମେ ବସନ୍ତ ଭାଟ ଙ୍କ ପରି ହତ୍ୟାକରିବୁ ବୋଲି ପୋଷ୍ଟରେ ଉଲ୍ଲେଖ ରହିଛି l ସି ପି ଆଇ ମାଓବାଦୀ ଡିଭିଜନ ବାଘୁନା କମିଟି ଏହି ପୋଷ୍ଟର ଲଗାଇଥିବା ନେଇ ପୋଷ୍ଟରେ ଲେଖାଯାଇଛି । ପୋଷ୍ଟର ପରେ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି ।

   Related Posts