ମାଓବାଦୀ ସୁରକ୍ଷାକର୍ମୀ ମୁହାଁମୁହିଁ: ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୩ ଯବାନ୍ ଗୁରୁତର
2/02/2023 at 8:43 PM

ରାଉରକେଲା ୦୨/୦୨: ନକ୍ସଲଙ୍କ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣରେ ୩ ଯବାନ ଗୁରୁତର। ଝାଡ଼ଖଣ୍ଡ ପଶ୍ଚିମଭୂମି ଜିଲ୍ଲା ଗୋଏଲକେରା ଥାନା ଅନ୍ତର୍ଗତ ମେରାରଗଣ୍ଡା ହାତୀଗୁରୁ ଜଙ୍ଗଲରେ ଏପରି ଅଘଟଣା ହୋଇଛି। ଖବରଅନୁସାରେ, କିଛି ମାଓନେତା ବୈଠକ କରିବା ନେଇ ପଶ୍ଚିମ୍ ସିଂ ଭୂମି ଏସପି ଖବର ପାଇଥିଲେ। ଫଳରେ ସିଆର୍ପିଏଫ୍, କୋବ୍ରା ବାଟାଲିୟନ, ଝାଡ଼ଖଣ୍ଡ ଜାଗୁଆର ଟିମ୍, ସହ ଝାଡ଼ଖଣ୍ଡ ପୋଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା।
ଏହି ସମୟରେ ସୁରକ୍ଷା କର୍ମୀ ଓ ନକ୍ସଲ ମୁହାଁମୁହିଁ ହୋଇଥିଲେ। ମାଓବାଦୀଙ୍କୁ ପାଲଟା ଜବାବ ଦେଲାବେଳେ ଏକ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲ। ଫଳରେ ୩ ଜଣ ସୁରକ୍ଷା କର୍ମୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ତୁରନ୍ତ ଏୟାର ଲିଫ୍ଟ କରି ତୁରନ୍ତ ରାଞ୍ଚିର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ସୁରକ୍ଷା କର୍ମୀଙ୍କ ସର୍ଚ୍ଚ ଅପରସେନ ଜୋରଦାର କରାଯାଇଛି। ସୂଚନା ଥାଉକି, ଡିସେମ୍ୱର ୧୧ରୁ ଏବେ ପର୍ଯ୍ୟନ୍ତ ସେହି ଜଙ୍ଗଲରେ ମାଓବାଦୀଙ୍କ ଆକ୍ରମଣରେ ୧୪ଜଣ ଗୁରୁତର ହୋଇଛନ୍ତି।