ନବରଙ୍ଗପୁରରେ ମାଓ ପୋଷ୍ଟର, କାଠ ମାଫିଆଙ୍କୁ ଚେତାବନୀ
17/07/2019 at 3:07 PM

ଉମରକୋଟ ୧୭|୭: ନବରଙ୍ଗପୁରରେ ପୁଣି ମାଓ ପୋଷ୍ଟର । ଏଥର ମାଓବାଦୀଙ୍କ ଟାର୍ଗେଟରେ ଜଙ୍ଗଲର ଗଛ କାଟୁଥିବା ଲୋକ ଓ କାଠ ମାଫିଆ । ଜଙ୍ଗଲର ଗଛ ନ କାଟି ତାହାର ସୁରକ୍ଷା କରିବା ତଥା ଜଙ୍ଗଲ ଗଛ କାଟି ଜମି ତିଆରିକୁ ବିରୋଧ କରିଛନ୍ତି ମାଓବାଦୀ । ଜଙ୍ଗଲ ଜମି ସୁରକ୍ଷା କରିବା ପାଇଁ ପୋଷ୍ଟର ମାଧ୍ୟମରେ ଆହ୍ବାନ ଦେଇଛନ୍ତି ମାଓବାଦୀ ।
ଆଜି ଏହା ବିରୋଧରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୁଣ୍ଡେଇ ଜଙ୍ଗଲରେ ସୀତା ନଦୀ ମାଓ କମିଟି ପକ୍ଷରୁ ଆହ୍ବାନ ଦିଆଯାଇଛି । ଜଙ୍ଗଲକୁ କାଟି ସେଥିରେ ନିଆଁ ଲଗାଇବାକୁ ବିରୋଧ କରିଛନ୍ତି ମାଓବାଦୀ । ଏପରି କରୁଥିବା ବ୍ୟକ୍ତିଙ୍କୁ ଦଣ୍ଡ ଦେବା ପାଇଁ ମାଓବାଦୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହାସହ ପୋଲିସ ଇନଫର୍ମର ସାଜିବାରୁ କ୍ଷାନ୍ତ ହେବାସହ ନଚେତ୍ ଦଣ୍ଡ ଭୋଗିବା ନେଇ ପ୍ରସ୍ତୁତ ରହିବା ପାଇଁ ଚେତାବନୀ ଦେଇଛନ୍ତି ।