ରାୟଗଡାରେ ମାଓ ପୋଷ୍ଟର ଓ ବ୍ୟାନର, ଭୋଟ୍ ବର୍ଜନ କରିବାକୁ ଦେଲେ ଆହ୍ୱାନ

Published By : Prameya-News7 Bureau | May 10, 2024 IST

ମୁନିଗୁଡା ୧୦।୫: ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଥାନା ଅନ୍ତର୍ଗତ ପଙ୍କାଲଗୁଡ଼ି ଗ୍ରାମ ନିକଟରେ ମାଓବାଦୀମାନେ ପୋଷ୍ଟର ଓ ବ୍ୟାନର ମାରି ଭୋଟ୍ ବର୍ଜନ କରିବାକୁ ଆହ୍ୱାନ ଦେଇଥିବା ଦେଖ‌ିବାକୁ ମିଳିଛି । ଏହି ବ୍ୟାନରକୁ ସିପିଆଇ (ମାଓବାଦୀ) ବଂଶଧାରା ଘୁମୁସର ନାଗାବଳୀ ଡିଭିଜିନାଲ କମିଟି ତରଫରୁ ଲଗାଯାଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି । 

ପୋଷ୍ଟରରେ ଉଲ୍ଲେଖ କରାଯାଇଛି, ଦେଶ ଓ ଜନତାଙ୍କ ପାଇଁ ପାଇଁ ଭାଜପା ସବୁଠାରୁ ବଡ଼ ବିପଦ । ଭାଜପା ସରକାର ଏଲ୍‌ପିଜି ନୀତିକୁ ଲାଗୁକରି ଜନତାଙ୍କ ଉପରେ ଦମନ ଚଳାଇଥିବା ବେଳେ କଂଗ୍ରେସ ଓ ଅନ୍ୟ ଦଳଗୁଡିକୁ ମାଓବାଦୀ ବିରୋଧ କରୁଥିବା ଉଲ୍ଲେଖ ରହିଛି । ଏପରିକି ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣକୁ ବିରୋଧ କରାଯାଇଛି । ଖବର ପାଇ ପୋଲିସ ସେଠାରେ ପହଞ୍ଚି ସେଠାରେ ଲାଗିଥିବା ୩ଟି ବ୍ୟାନର ଓ ୨ଟି ପୋଷ୍ଟର ଜବତ କରିଛି ।

You Can Read:

ପଦ୍ମପୁରରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଛତିଶଗଡ ନେତାଙ୍କ ପ୍ରଚାର, ସମ୍ବଲପୁରୀ ଓ ଛତିଶଗଡି ଭାଷାରେ ଗାଇଲେ ଗୀତ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.