LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ନିଜ ପିଲାଙ୍କୁ ଇଂଜିନିୟରିଂ ଓ ମେଡିକାଲ ପାଠ ପଢ଼ାଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ମାଓବାଦୀ ନେତା

8/05/2018 at 6:40 AM

ନିଜ ପିଲାଙ୍କୁ ଇଂଜିନିୟରିଂ ଓ ମେଡିକାଲ ପାଠ ପଢାଇବାକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ମାଓବାଦୀନେତା । ବରିଷ୍ଠ ମାଓବାଦୀ ନେତା ମାନେ ପାଉଥିବା ଓ ଆଦାୟ କରୁଥିବା ଚାନ୍ଦା ଅର୍ଥରୁ ବିପୁଳ ଭାଗ ସେମାନଙ୍କ ସନ୍ତାନ ଓ ସଂପର୍କୀୟଙ୍କୁ ଉଚ୍ଚ ଶିକ୍ଷିତ କରିବାକୁ ବିନିଯୋଗ କରୁଛନ୍ତି । ମାଓବାଦୀ ନେତାଙ୍କ ପିଲା ଓ ସଂପର୍କୀୟମାନେ ମାନେ କେବଳ ଭଲ ଶିକ୍ଷାନୁଷ୍ଠାନରେ ପାଠ ପଢୁନାହାନ୍ତି, ସେମାନଙ୍କ ସଂପର୍କୀୟଙ୍କ ବେଶ ଆରାମରେ ବି ରହୁଛନ୍ତି । ଏପରି କିଛି ଟପ୍ ମାଓବାଦୀ ନେତାଙ୍କୁ ଚିହ୍ନଟ କରାଯାଇଥିବା ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।ଏପରି କିଛି ଟପ୍ ମାଓ ନେତାଙ୍କ ସଂପର୍କରେ ବି ତଥ୍ୟ ଜାରି କରିଛି ଗୃହ ମନ୍ତ୍ରାଳୟ । ଟପ୍ ମାଓବାଦୀ ନେତା ତଥା ବିହାର ଝାଡଖଣ୍ଡ ସ୍ପେସାଲ ଏରିଆ କମିଟି ସଦସ୍ୟ ପ୍ରଦ୍ୟୁମନ୍ ଶର୍ମା ତାର ଝିଆରୀର ଡାକ୍ତରୀ ପାଠ ପଢା ଲାଗି ୨୦୧୭ରେ ୨୨ ଲକ୍ଷ ଟଙ୍କା ଦେଇଛି । ପ୍ରଦ୍ୟୁମ୍ନଙ୍କ ଝିଆରି ଏକ ଘରୋଇ ମେଡିକାଲ କଲେଜରେ ଏମବିବିଏସ୍ ଛାତ୍ରୀ । ଝାଡଖଣ୍ଡର ଅନ୍ୟଜଣେ କୁଖ୍ୟାତ ମାଓବାଦୀ ନେତା ଅରବିନ୍ଦ ଯାଦବ ତାର ଭାଇକୁ ଇଂଜିନିୟରିଂ ପଢାଉଥିବା ବେଳେ , ଘରୋଇ ଇଂଜିନିୟରିଂ କଲେଜରେ ଫି ବାବଦକୁ ଦେଇଛି ୧୨ ଲକ୍ଷ ଟଙ୍କା । ସେହିପରି ଆଉ ଜଣେ ବରିଷ୍ଠ ମାଓବାଦୀ ସନ୍ଦିପ୍ ଯାଦବ ବିମୁଦ୍ରୀକରଣ ବେଳେ ୧୫ ଲକ୍ଯ ଟଙ୍କାର ପୁରୁଣା ନୋଟ ବଦଳାଇଥିବା ପ୍ରମାଣ ପାଇଛି ଗୃହ ମନ୍ତ୍ରାଳୟ ।ଏବେ ଏନେଇ ତଦନ୍ତ ଆରମ୍ଭ କରିଛନ୍ତି ସରକାର । ରୁଥିବା ଚାନ୍ଦା ଅର୍ଥରୁ ବିପୁଳ ଭାଗ ସେମାନଙ୍କ ସନ୍ତାନ ଓ ସମ୍ପର୍କୀୟଙ୍କୁ ଉଚ୍ଚ ଶିକ୍ଷିତ କରାଇବା ପାଇଁ ବିନିଯୋଗ କରୁଛନ୍ତି | ମାଓବାଦୀ ନେତାଙ୍କ ପିଲା ଓ ସମ୍ପର୍କୀୟ ମାନେ କେବଳ ଭଲ ଶିକ୍ଷାନୁଷ୍ଠାନରେ ପାଠ ପଢୁ ନାହାନ୍ତି ବରଂ ବେଶ ଆରାମରେ ମଧ୍ୟ ରହୁଛନ୍ତି | ଏପରିକି କିଛି ଟପ ମାଓବାଦୀ ନେତାଙ୍କୁ ଚିହ୍ନଟ କରାଯାଇଥିବା ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି | ଟପ ମାଓବାଦୀ ନେତା ତଥା ବିହାର,ଝାରଖଣ୍ଡ ତଥା ସ୍ପେସିଆଲ ଏରିଆ କମିଟି ସଦସ୍ୟ ପ୍ରଦ୍ୟୁମ୍ନ ଶର୍ମା ତାଙ୍କର ଝିଆରୀର ଡାକ୍ତରୀ ପାଠ ପଢା ଲାଗି ୨୦୧୭ରେ ୨୨ ଲକ୍ଷ ତାଙ୍କ ଦେଇଛନ୍ତି | ସେହିପରି ଆଉ କିଛି ମାଓବାଦୀ ନେତା ତାଙ୍କ ସମ୍ପର୍କୀୟଙ୍କୁ ପଢ଼ାଇବା ପାଇଁ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରୁଛନ୍ତି | ଏବେ ଏନେଇ ତଦନ୍ତ ଆରମ୍ଭ କରିଛନ୍ତି ସରକାର |

Leave a Reply

   Related Posts