୮ଟି ମାମଲାରେ ଗୁଣପୁର କୋର୍ଟରେ ହାଜର ହେଲେ ମାଓନେତା ସବ୍ୟସାଚୀ ପଣ୍ଡା

Published By : Prameya-News7 Bureau | February 23, 2024 IST

ଗୁଣୁପୁର ୨: ଟପ୍ ମାଓନେତା ସବ୍ୟସାଚୀ ପଣ୍ଡା ଗୁଣପୁର କୋର୍ଟରେ ହାଜର । ୮ଟି ମାମଲାରେ ହାଜର ହୋଇଥିବା ଜଣାପଡ଼ିଛି । ଗୁଣପୁର ସହକାରୀ ଦୌରାଜଜ କୋର୍ଟରେ ୩ଟି ମାମଲା ଓ ଅତିରିକ୍ତ ଜିଲ୍ଲା ସେସନ୍ ଜଜ୍‌ଙ୍କ କୋର୍ଟରେ ୫ଟି ମାମଲା ରହିଛି । ତେବେ ଶୁକ୍ରବାର କେହି ସାକ୍ଷୀ ଆସି ନଥିଲେ । ସହକାରୀ ଦୌରାଜଜ୍ କୋର୍ଟ ଓ ଅତିରିକ୍ତ ଜିଲ୍ଲା ସେସନ୍ ଜଜ୍ଙ୍କ କୋର୍ଟ ଆସନ୍ତା ମାର୍ଚ୍ଚ ୨୨ ତାରିଖକୁ ପୁଣି ହାଜର ହେବା ନେଇ ଦିନ ଧାର୍ଯ୍ୟ କରିଥିବା ସବ୍ୟସାଚୀଙ୍କ ଓକିଲ ପକ୍ଷରୁ ଜଣାପଡିଛି ।

You Can Read :

wp:embed {"url":"https://www.prameyanews7.com/gaja-uddharana-besha-preparation-of-holy-trinity-at-puri/","type":"wp-embed","providerNameSlug":"prameya-news-7"}
https://www.prameyanews7.com/gaja-uddharana-besha-preparation-of-holy-trinity-at-puri/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.