ମାଓ ବର୍ବରତା : ପୋଲିସ ଇନ୍‌ଫର୍ମର ସନ୍ଦେହରେ ଅପହରଣ କରିନେଇ ଜଣଙ୍କୁ ହତ୍ୟା

Published By : Prameya-News7 Bureau | June 30, 2019 IST

ମାଲକାନଗିରି ୩୦|୬: ମାଲକାନଗିରି ଜିଲ୍ଲାରେ ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ । ଚାରିଦିନ ତଳେ ଦୁଇ ଜଣଙ୍କୁ ମାଓବାଦୀ ମାନେ ଘରୁ ଅପହରଣ କରିନେଇଥିବା ବେଳେ ଆଜି ଜଣଙ୍କୁ ଗଳା କାଟି ହତ୍ୟା କରିଛନ୍ତି ।

{"id":129044}

ସୂଚନାଯୋଗ୍ୟ ଯେ, ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ କୁକୁରକୁଣ୍ଡ ଗ୍ରାମର ଗୁଜା କବାସି ଓ ଉଙ୍ଗା କାଲମାଳିଙ୍କୁ ମାଓବାଦୀମାନେ ଗତ ଗୁରୁବାର ରାତିରେ ଅପହରଣ କରିନେଇଥିଲେ । ୧୦ ରୁ ୧୫ ଜଣ ସଶସ୍ତ୍ର ମାଓବାଦୀ କୁକୁରକୁଣ୍ଡ ଗାଁରେ ପହଞ୍ଚି ଏହି ୨ ଯୁବକଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଉଠାଇ ନେଇଥିଲେ । ୪ ଦିନ ପରେ ଆଜି ସକାଳେ ଉଙ୍ଗା କାଲମାଳିଙ୍କୁ ପିଟା ପିଟା କରିବା ପରେ ମାଓବାଦୀମାନେ ଛାଡି ଦେଇଥିଲେ । ତେବେ ଅପରାହ୍ନରେ କୁକୁରକୁଣ୍ଡ ଗାଁ ପାଖରେ ମିଳିଥିଲା ଗୁଜା କବାସିଙ୍କ ମୃତଦେହ । ଘଟଣା ସ୍ଥଳରେ ମାଓବାଦୀମାନେ ଏକ ହାତ ଲେଖା ପୋଷ୍ଟର ଛାଡି ଯାଇଛନ୍ତି ଯେଉଁଥିରେ ଉଲ୍ଲେଖ ରହିଛି ଯେ ନକ୍ସଲ ଗତି ବିଧି ସଂପର୍କରେ ପୋଲିସକୁ ଖବର ଦେଉଥିବାରୁ ଗୁଜା କବାସିଙ୍କୁ ଦରଭା ନକ୍ସଲ ସଂଗଠନ ମୃତ୍ୟୁ ଦଣ୍ଡ ଦେଇଛି । ଘଟଣା ପରେ ପୋଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.