ରକ୍ତମୁଖା ଲାଲ୍‌ବାହିନୀ, ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ଗୁଳିକରି ହତ୍ୟା, ଛାଡିଗଲେ ହାତ ଲେଖା ପୋଷ୍ଟର

Published By : Prameya-News7 Bureau | December 14, 2020 IST

ମାଲକାନଗିରି ୧୪।୧୨: ଆନ୍ଧ୍ର-ଓଡିଶା ସୀମାନ୍ତ ବିଶାଖାପାଟଣା ଜିଲ୍ଲାର ଭାକାପାଲି ଗାଁରେ ନକ୍ସଲମାନେ ହିଂସାକାଣ୍ଡ ଘଟାଇଛନ୍ତି । ପୋଲିସ ଇନଫର୍ମର ସନ୍ଦେହରେ କ୍ରିଷ୍ଣା ନାମକ ଜଣେ ଯୁବକଙ୍କୁ ଗୁଳିକରି ହତ୍ୟା କରିଛନ୍ତି ଲାଲ୍ ବାହିନୀ । ଘଟଣାସ୍ଥଳରେ କିଛି ହାତ ଲେଖା ପୋଷ୍ଟର ଛାଡି ଯାଇଛନ୍ତି ଯେଉଁଥିରେ ଉଲ୍ଲେଖ ରହିଛି ଯେ, ପୋଲିସ ସହ ସମ୍ପର୍କ ରଖିଲେ ସେମାନଙ୍କୁ ଏପରି ମୃତ୍ୟୁ ଦଣ୍ଡ ଦିଆଯିବ ।

ଉଲ୍ଲେଖଯୋଗ୍ୟ ଯେ, ପୋଲିସ ଡିଜି ଅଭୟ ସୋମବାର ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଗସ୍ତ କରିବାରେ କାର୍ଯ୍ୟକ୍ରମ ରହିଛି । ରବିବାର ଦୁଇ କୁଖ୍ୟାତ ମାଓବାଦୀଙ୍କୁ ଜବାନମାନେ ମାରିବା ପରେ ଜବାନଙ୍କ ମନୋବଳ ବଢାଇବା ଲାଗି ସୋମବାର ହନ୍ତାଳଗୁଡା ବିଏସଏଫ କ୍ୟାମ୍ପ୍ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ମାତ୍ର ଏହା ପୂର୍ବରୁ ମାଓବାଦୀମାନେ ହିଂସାକାଣ୍ଡ ଘଟାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.