ଲାଲ୍ ବାହିନୀର ବର୍ବରତା : ପୋଲିସ ଇନ୍‌ଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା, ଗାଁ ମୁଣ୍ଡରୁ ମିଳିଲା ମୃତଦେହ

Published By : Prameya-News7 Bureau | December 23, 2020 IST

ଚିତ୍ରକୋଣ୍ଡା ୨୩।୧୨: ଓଡ଼ିଶା-ଆନ୍ଧ୍ର ସୀମାରେ ପୁଣି ମାଓ ବର୍ବରତା । ପୋଲିସ ଇନଫର୍ମର ସନ୍ଦେହରେ ଗ୍ରାମବାସୀଙ୍କୁ ହତ୍ୟାକଲେ ଲାଲବାହିନୀ ।

ସୂଚନାଯୋଗ୍ୟ ଯେ, ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳର ଆନ୍ଧ୍ର-ଓଡିଶା ସୀମାନ୍ତ ଚିନ୍ତାଗାରଭୁ ଗ୍ରାମର ସି.ଏଚ. ସତୀଶଙ୍କୁ ପୋଲିସ ଇନଫର୍ମର ସନ୍ଦେହ କରି ୧୦ରୁ ୧୫ ଜଣ ସଶସ୍ତ୍ର ମାଓବାଦୀ ଘରୁ ଡାକି ନେଇଥିଲେ । ଗାଁ ମୁଣ୍ଡରେ ତାଙ୍କ ଗଳାକାଟି ହତ୍ୟା କରିଛନ୍ତି । ହତ୍ୟା ପରେ ଘଟଣା ସ୍ଥଳରେ ହାତ ଲେଖା ଚିଠି ଛାଡି ଯାଇଛନ୍ତି ମାଓବାଦୀ । ସତୀଶଙ୍କୁ ମାଓବାଦୀ ହତ୍ୟା କରିବା ପରେ ସମ୍ପୂର୍ଣ୍ଣ ଅଞ୍ଚଳରେ ଭୟର ବାତ୍ତାବରଣ ଖେଳିଯାଇଛି । ଖବର ପାଇ ଘଟଣାସ୍ଥଳକୁ ଏକ ପ୍ଲାଟୁନ ଗ୍ରେହାଉଣ୍ଡ ଟିମ୍ ଯାଇଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.