ମାଲକାନଗିରିରେ ଠାବ ହେଲା ମାଓ ଡମ୍ପ୍, ବହୁ ମାଓ ସାମଗ୍ରୀ ଜବତ

Published By : Prameya-News7 Bureau | February 24, 2024 IST

ମାଲକାନଗିରି ୨୪।୨: ମାଲକାନଗିରି ଜିଲ୍ଲାରେ ଠାବ ହେଲା ମାଓ ଡମ୍ପ । ପଡିଆ ଥାନା ଅନ୍ତର୍ଗତ ବାପନପାଲି ଓ ସିଲାକୋଟା ଜଙ୍ଗଲ ଭିତରେ ବିଏସଏଫ ବାହିନୀର ୧୪୨ ବାଟାଲିଆନର ଜବାନମାନେ କମ୍ବିଂ ଅପରେସନ କରୁଥିବା ସମୟରେ ଠାବ ହୋଇଛି ମାଓବାଦୀଙ୍କ ଏକ ବଡ ଡମ୍ପ ।

ଲ୍ୟାଣ୍ଡମାଇନ ଡିଟେକ୍ଟର ଦ୍ବାରା ସର୍ଚ୍ଚ କରି ଜବାନମାନେ ଡମ୍ପ ଭିତରୁ ବାହାର କରିଛନ୍ତି ୩ଟି ପ୍ରେସର କୁକର ଆଇଇଡି ବା ଲ୍ୟାଣ୍ଡମାଇନ । ସେଠାରେ ନକ୍ସଲମାନେ ମାଟି ତଳେ ପୋତି ରଖିଥିଲେ ୨୪ଟି ଜିଲୋଟିନ ଷ୍ଟିକ୍, ୨୦ ମିଟର କୋଡେକ୍ସ ତାହା ଓ ୨୦୦ ମିଟର ବିଦ୍ୟୁତ ତାର । ଅତି ସତର୍କତାର ସହ ଲ୍ୟାଣ୍ଡମାଇନ ଠାବ କରିବା ସହ ଏହାକୁ ନିଷ୍କ୍ରିୟ କରିଛନ୍ତି ସୁରକ୍ଷା କର୍ମୀ ।

You Can Read :

wp:embed {"url":"https://www.prameyanews7.com/crpf-jawan-cheated-by-16-lakh-rupees-in-name-of-business-and-land/","type":"wp-embed","providerNameSlug":"prameya-news-7"}
https://www.prameyanews7.com/crpf-jawan-cheated-by-16-lakh-rupees-in-name-of-business-and-land/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.