ମାଲକାନଗିରି ବିଛିନ୍ନାଞ୍ଚଳରେ ଉପସ୍ଥିତି ଜାହିର କଲେ ମାଓବାଦୀ ; କାଟିଲେ ଏସାର କମ୍ପାନୀ ପାଇପ୍ ଲାଇନ୍

Published By : Prameya-News7 Bureau | January 21, 2019 IST

ମାଲକାନଗିରି ୨୧|୧:  ସ୍ବାଭିମାନ ଅଞ୍ଚଳରେ ଉପସ୍ଥିତ ଜାହିର କଲେ ମାଓବାଦୀ । ବିଳମ୍ବିତ ରାତିରେ ଏସାର କମ୍ପାନୀର ପାଇପ୍ କାଟିଲେ ମାଓବାଦୀ। ଦୀର୍ଘ ଦିନର ନୀରବତା ପରେ ମାଲକାନଗିରିରେ ପୁଣି ନକ୍ସଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଗତକାଲି ରାତିରେ ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ ଦିଗଜାନବାଇଠାରେ ଥିବା ଏସାର କମ୍ପାନୀର ପାଇପ୍ ଲାଇନ୍ କୁ ନକ୍ସଲମାନେ କାଟି ଦେଇଛନ୍ତି। ଏସବୁ ପାଇପ ଲାଇନ୍ ଯୋଗେ ଛତିଶଗଡର କିରେନଡୁଲରୁ ଲୁହାପଥର ଗୁଣ୍ଡ ବିଶାଖାପାଟଣାକୁ ଯାଏ ।

{"id":76387}

ପାଇପ୍ କାଟିବା ଫଳରେ ଲୁହାପଥର ରପ୍ତାନୀ ବନ୍ଦ ହୋଇଯାଇଛି । ମାଲକାନଗିରିରେ ଦୀର୍ଘ ଦିନ ଧରି ନକ୍ସଲ କୌଣସି ଅଘଟଣ ଘଟାଇନଥିଲେ। ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ଏଭଳି ଅଘଟଣ ଘଟାଇ ନିଜର ଉପସ୍ଥିତିକୁ ଜାହିର କରିଛନ୍ତି। ଆନ୍ଧ୍ର ଓଡିଶା ସୀମାନ୍ତ ମାଓ ସଙ୍ଗଠନ ଏହି କାଣ୍ଡ ଘଟାଇଥିବା ପୋଲିସ ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.