ମାଓବାଦୀଙ୍କ ଲଙ୍କାକାଣ୍ଡ : ଠିକାଦାରଙ୍କୁ କଲେ ହତ୍ୟା, ରାସ୍ତା କାମରେ ନିୟୋଜିତ ମେସିନ୍ ଜାଳିଦେଲେ

Published By : Prameya-News7 Bureau | December 17, 2020 IST

ମାଲକାନଗିରି ୧୭।୧୨: ଦୀର୍ଘ ଦିନର ନୀରବତା ପରେ ମାଲକାନଗିରି ଜିଲ୍ଲାରେ ପୁଣି ମାଓବାଦୀ ନିଜର ଉପସ୍ଥିତି ଜାହିର କରିଛନ୍ତି । ଠିକାଦାରଙ୍କୁ ହତ୍ୟା କରି ରାସ୍ତା କାମରେ ନିୟୋଜିତ ମେସିନ ଓ ଗାଡି ଜାଳି ଦେଇଛନ୍ତି । ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ଯନ୍ଦ୍ରାଗୁଡା ନିକଟରେ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ ମାଥିଲି ବ୍ଲକ୍ ଅନ୍ତର୍ଗତ ଯନ୍ଦ୍ରାଗୁଡାଠାରେ ଉନ୍ନୟନମୂଳକ କାର୍ଯ୍ୟ ଜାରି ରହିଥିବା ବେଳେ ଏହାକୁ ବିରୋଧ କରି ମାଓବାଦୀ ରାସ୍ତା କାମରେ ନିୟୋଜିତ ଥିବା ଏକ ପ୍ରୋକଲିନକୁ କ୍ଷତିଗ୍ରସ୍ତ କରିବା ସହ ଏକ ବୋଲେରୋ ଗାଡିରେ ନିଆଁ ଲଗାଇ ଦେଇଛନ୍ତି । ଏହାସହ ସମ୍ପୃକ୍ତ ଠିକାଦାରଙ୍କୁ ମଧ୍ୟ ହତ୍ୟା କରିଥିବା ସୂଚନା ମିଳିଛି । ଠିକାଦାରଙ୍କ ନାମ ସୁକୁମାର ମଣ୍ଡଳ ବୋଲି ଜଣାପଡିଛି । ତେବେ ଏହି କାଣ୍ଡରେ ଦରଭା ଡିଭିଜନର ମାଓବାଦୀ ସାମିଲ ଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.