scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବରଗଡର ୨ଟି ସ୍ଥାନରେ ଲାଗିଲା ମାଓ ବ୍ୟାନର, ଦୁର୍ନୀତି ରୋକିବାକୁ ଚେତାବନୀ

26/07/2023 at 11:05 AM

ପଦ୍ମପୁର ୨୬।୭: ବରଗଡ଼ ଜିଲ୍ଲା ପାଇକମାଲ ଥାନା ପାଇକମାଲରୁ ନୂଆପଡ଼ା ରାସ୍ତା ବରତୁଣ୍ଡା ଛକ ଓ ଜାମସେଟ ଛକରେ ଲାଗିଛି ମାଓ ବ୍ୟାନର । ମାଓ ବ୍ୟାନରରେ ବଲାଙ୍ଗୀର ବରଗଡ଼ ମହାସମୁଦ ଡିଭିଜନ କମିଟି (ଭାକପା ମାଓବାଦୀ) ଦ୍ଵାରା ଲଗାଯାଇଥିବା ଦେଖାଯାଉଛି । ବଲାଙ୍ଗୀର ବରଗଡ଼ ମହାସମୁଦ ଜିଲ୍ଲାରେ ହେଉଥିବା ଦୁର୍ନୀତିକୁ ରୋକିବା ପାଇଁ ଏଥିରେ ଚେତାବନୀ ଦିଆଯାଇଛି ।

ସରକାରୀ ଯୋଜନା ଲାଗୁ କରିବା ସମୟରେ ହେଉଥିବା ଦୁର୍ନୀତି ବନ୍ଦ କରିବା ପାଇଁ ଚେତାବନୀ ଦିଆଯାଇଛି । ଏହାସହ ସରପଞ୍ଚ ଓ ସମିତିସଭ୍ୟ ମାନେ ନିଜେ ଯେଉଁ ଠିକେଦାର ହୋଇ ଜେସିବିରେ କାମ କରୁଛନ୍ତି ତାକୁ ତାଗିଦ କରାଯାଇଛି । ଜେସିବିରେ କାମ ବନ୍ଦ ନକଲେ ତାହାକୁ ଜଳାଇ ଦେବା ପାଇଁ ଲେଖାହୋଇଛି । ଏହିଭଳି ୮ଟି ପ୍ରସଙ୍ଗରେ ତାଗିଦ କରି ବ୍ୟାନରରେ ଲେଖାହୋଇଛି ।

You Can Read :

   Related Posts