ମାଓବାଦୀ ପାଳନ କଲେ ସହିଦ ସପ୍ତାହ, ହାତରେ ବନ୍ଧୁକ ଧରି ବିରାଟ ଶୋଭାଯାତ୍ରା

Published By : Prameya-News7 Bureau | August 06, 2022 IST

ମାଲକାନଗିରି ୬।୮: ମାଲକାନଗିରି-ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ମାଓବାଦୀମାନେ ପାଳନ କରିଛନ୍ତି ସହିଦ ସପ୍ତାହ । ଶତାଧିକ ନକ୍ସଲ ହାତରେ ବନ୍ଧୁକ ଧରି ବିରାଟ ଶୋଭାଯାତ୍ରା କରିଥିଲେ । ନିକଟରେ ବିଏସଏଫ କ୍ୟାମ୍ପ୍ ରହିଥିଲେ ମଧ୍ୟ ଏହାକୁ ଖାତିର ନକରି ନକ୍ସଲମାନେ ଗାଁରେ ଆସି ସହିଦ ସ୍ତମ୍ଭ ନିର୍ମାଣ କରି ମୃତ ସାଥୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ନକ୍ସଲପନ୍ଥୀଙ୍କ ଏହି ସହିଦ ଦିବସର ଶହ ଶହ ଆଦିବାସୀ ଲୋକେ ମଧ୍ୟ ସାମିଲ୍ ହୋଇଥିଲେ । ନାଚଗୀତ କରିବା ସହ ନକ୍ସଲପନ୍ଥୀଙ୍କ ସହ ସାମିଲ ହୋଇଥିଲେ ଗ୍ରାମବାସୀ । ଗୋଟିଏ ପଟେ ମାଓ ଦମନ କଥା କୁହାଯାଉଥିବା ବେଳେ ଏତେ ସଂଖ୍ୟାରେ ସଶସ୍ତ୍ର ମାଓବାଦୀଙ୍କ ଉପସ୍ଥିତି କିଛି ଅଲଗା ଦୃଶ୍ୟ ବୟାନ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.