ବାଲିଗୁଡ଼ା କୁନାସାଲୁ ଜଙ୍ଗଲରେ ଏନ୍‌କାଉଣ୍ଟର, ଜଣେ ମହିଳା ମାଓବାଦୀ ମୃତ

Published By : Prameya-News7 Bureau | October 12, 2022 IST

କନ୍ଧମାଳ ୧୨।୧୦: କନ୍ଧମାଳ ବାଲିଗୁଡ଼ାରେ ପୋଲିସ-ମାଓବାଦୀ ଗୁଳିବିନିମୟ। ସୁଡ୍ରା ପଞ୍ଚାୟତ କୁନାସାଲୁ ଜଙ୍ଗଲରେ ମାଓବାଦୀ ଏବଂ ଏସଓଜି ଯବାନଙ୍କ ମଧ୍ୟରେ ଗୁଳି ବିନିମୟରେ ଜଣେ ମହିଳା କ୍ୟାଡର ମାଓବାଦୀର ମୃତ୍ୟୁ ହୋଇଛି । ୨୦ରୁ ଅଧିକ ଶସସ୍ତ୍ର ମାଓବାଦୀ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଛନ୍ତି ।

ସ୍ଥାନୀୟ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ମଙ୍ଗଳବାର ଦିନ ତମାମ କୁନାସାଲୁ ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିଲା। ସର୍ଚ୍ଚ ଅପରେସନ୍ ବେଳେ ବିପୁଳ ପରିମାଣର ନକ୍ସଲ ସାମଗ୍ରୀ ଜବତ କରାଯାଇଥିବା ଜଣାପଡ଼ିଛି । ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ଜିଲ୍ଲା ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ପୋଲିସ ସବିଶେଷ ସୂଚନା ଦେବ । କିଛ ଦିନ ତଳେ କେ.କେ.ବି.ଏନ୍. ମାଓ ଡିଭିଜନ୍ ର ମାଓବାଦୀ ବାଲିଗୁଡ଼ାର ଖମନଖୋଲ ଅଞ୍ଚଳରେ ପୋଷ୍ଟର୍ ଲଗାଇ ନିଜର ଉପସ୍ଥିତି ଜାହିର କରିଥିଲେ। ମାଓବାଦୀ ଡେରା ପକାଇଥିବା ସୂଚନା ପାଇ ଏସ୍. ଓ.ଜି. ଏବଂ କନ୍ଧମାଳ ପୋଲିସର ସ୍ବତନ୍ତ୍ର ବାହିନୀ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.