ହୋମଗାର୍ଡଙ୍କୁ ହତ୍ୟା, ସାପ୍ତାହିକ ହାଟରେ ଗୁଳି କଲେ ମାଓବାଦୀ !

Published By : Prameya-News7 Bureau | March 22, 2022 IST

ନୂଆଦିଲ୍ଲୀ ୨୨/୦୩:  ଛତିଶଗଡର ନକ୍ସଲ ପ୍ରଭାବିତ କାଙ୍କେର ଜିଲ୍ଲାରେ ଜଣେ ହୋମଗାର୍ଡଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । କୁହାଯାଉଛି ହତ୍ୟା ପଛରେ ନକ୍ସଲଙ୍କ ହାତ ରହିଛି ।

ପୋଲିସର କହିବାନୁସାରେ, ହତ୍ୟା ପଛରେ ମାଓବାଦୀଙ୍କ ହାତ ରହିଥିବା ସନ୍ଦେହ କରାଯାଉଛି । କିନ୍ତୁ କେଉଁ କାରଣରୁ ହତ୍ୟା ହୋଇଛି ତାହା ସ୍ପଷ୍ଟ ହୋଇପାରି ନାହିଁ । ବିଭିନ୍ନ ଦିଗରୁ ତଦନ୍ତ ଚାଲିଛି ।

ସାପ୍ତାହିକ ହାଟରେ ଗୁଳି କରି ହତ୍ୟା

ବସ୍ତର ରେଞ୍ଜର ପୋଲିସ ଆଇଜି ସୁନ୍ଦରରାଜ ପି କହିଛନ୍ତି ଯେ, ସୋମବାର ସନ୍ଧ୍ୟା ସାଢେ ୫ଟାରେ ଏହି ହତ୍ୟାକାଣ୍ଡ ଘଟିଛି । ସାପ୍ତାହିକ ହାଟରେ ହୋମଗାର୍ଡଙ୍କୁ ହତ୍ୟା କରାଯାଇଛି । ମାଓବାଦୀଙ୍କ ସଂପୃକ୍ତିକୁ ଖଣ୍ଟନ କରାଯାଇ ପାରିବ ନାହିଁ । ତେବେ ବ୍ୟକ୍ତିଗତ ଶତ୍ରୁତା ଓ ପାରିବାରିକ ଦିଗରୁ ମଧ୍ୟ ତଦନ୍ତ ଚାଲିଛି । ଅତିଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.