ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ଆତ୍ମସମର୍ପଣ କଲେ ଶତାଧିକ ନକ୍ସଲ ସମର୍ଥକ : କହିଲେ – ମାଓବାଦୀଙ୍କ କଥାରେ ଚାଲିଯାଇଥିଲେ ଭୁଲ୍ ରାସ୍ତାରେ

23/08/2021 at 5:08 PM

ମାଲକାନଗିରି ୨୩।୮: ମାଲକାନଗିରି-ଛତିଶଗଡ ସୀମାନ୍ତ ସୁକମା ଜିଲ୍ଲାରେ ପୋଲିସକୁ ମିଳିଲା ବଡ ସଫଳତା । ପୋଲିସର ପୁନା ନର୍କମ ଅଭିଜାନ ପରେ ସୁକୁମା ଏସପିଙ୍କ ପାଖରେ ଆତ୍ମସମର୍ପଣ କଲେ ଶତାଧିକ ନକ୍ସଲ ସମର୍ଥକ । ଦୀର୍ଘ ବର୍ଷ ଧରି ଜାଗରକୋଣ୍ଡା ଓ ଚିନ୍ତଲନାଡ ଅଞ୍ଚଳକୁ ମାଓବାଦୀମାନେ ନିଜ କବଜାରେ ରଖିଥିବା ବେଳେ ଜବାନମାନେ ଏ ଅଞ୍ଚଳରେ ଅପରେସନ କରି ସଫଳତା ପାଉନଥିଲା ।

ତେବେ ମାଓବାଦୀଙ୍କ କଥାରେ ପଡି ଦିନେ ଭୁଲ ରାସ୍ତାକୁ ଚାଲିଯାଇଥିବା ଜାଗରକୋଣ୍ଡା ଥାନା ଅନ୍ତର୍ଗତ କୁନ୍ଦେଡ ଓ ଚିନ୍ତଲନାଡ ଥାନା ଅନ୍ତର୍ଗତ ନାଗାରାମ ଗ୍ରାମର ଶତାଧିକ ଆଦିବାସୀ ମାଓବାଦୀଙ୍କ ହାତ ଛାଡି ସୋମବାର ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ନାଁରେ ଥିବା ବିଭିନ୍ନ ପୋଲିସ ଥାନାର ସମସ୍ତ ମାମଲା ପ୍ରତ୍ୟାହାର କରିବା ସହ ସେମାନଙ୍କ ଗାଁକୁ ରାସ୍ତା ଓ ପାନୀୟ ଜଳ ସହ ଶିକ୍ଷା ସ୍ବାସ୍ଥ୍ୟ ସୁବିଧା ଯୋଗାଇଦେବା ଲାଗି ଗ୍ରାମବାସୀମାନେ ଏସପିଙ୍କ ପାଖରେ ଦାବି କରିଛନ୍ତି । ସୁକୁମା ଏସପି ସୁନୀଲ ଶର୍ମା ମଧ୍ୟ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି ।    

   Related Posts