ତୁମୁଡିବନ୍ଧ ଅଞ୍ଚଳରେ ଲାଗିଲା ମାଓ ପୋଷ୍ଟର, ବିଦ୍ୟାଳୟରେ ରାଜନୀତି ବନ୍ଦ କରିବାକୁ ଉଲ୍ଲେଖ

Published By : Prameya-News7 Bureau | August 23, 2022 IST

ବାଲିଗୁଡା ୨୩।୮: ବହୁ ଦିନର ବ୍ୟବଧାନ ପରେ କନ୍ଧମାଳରେ ମାଓବାଦୀଙ୍କ ପୋଷ୍ଟର ଦେଖିବାକୁ ମିଳିଛି । ତୁମୁଡିବନ୍ଧ ଥାନା ଅନ୍ତର୍ଗତ ମୁଣ୍ଡିଗଡ଼ ଛକରେ ଗଛ, ବିଦ୍ୟୁତ ଖୁଣ୍ଟରେ ଲାଗିଛି ମାଓବାଦୀଙ୍କ ପୋଷ୍ଟର । ସକାଳୁ ସକାଳୁ ମାଓବାଦୀଙ୍କ ପୋଷ୍ଟର ଦେଖି ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।

ବିଦ୍ୟାଳୟଗୁଡିକରେ ସରକାର ରାଜନୀତି ବନ୍ଦ କରନ୍ତୁ, ସରକାର ତାଙ୍କ ସରକାରୀ କଳର ଅଫିସର ଓ ରାଜନେତାଙ୍କୁ ଠିକ ବାଟକୁ ଆଣନ୍ତୁ ନଚେତ ଆମେ ଆମ କାମ କରିବୁ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି । ସିପିଆଇ ମାଓବାଦୀ ସଂଗଠନ ଏହି ପୋଷ୍ଟର ଲଗାଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି । ତେବେ ମାଓବାଦୀମାନେ ଏହି ପୋଷ୍ଟର ଲଗାଇଛନ୍ତି ନା ଅନ୍ୟ କେହି ଦୁର୍ବୃତ୍ତ ଏହି କାମ କରିଛନ୍ତି ସେନେଇ କିଛି ସ୍ପଷ୍ଟ ଜଣାପଡିନାହିଁ । ଏନେଇ ପୋଲିସ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.