ରାୟଗଡାରେ ଲାଗିଲା ମାଓ ପୋଷ୍ଟର, ପିଏଲଜିଏ ସପ୍ତାହ ପାଳନ ପାଇଁ ଆହ୍ବାନ
4/12/2020 at 11:04 AM

ମୁନିଗୁଡା ୪।୧୨: ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ଡିମିରିଗୁଡା ଗାଁ ନିକଟରେ ଲାଗିଲା ମାଓ ପୋଷ୍ଟର । ୪ଟି ମାଓ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି । ଡିସେମ୍ବର ୨ରୁ ୮ ଯାଏଁ ପିଏଲଜିଏ ସପ୍ତାହ ପାଳନ କରିବାକୁ ଆହ୍ବାନ କରାଯାଇଥିବାବେଳେ ଇନଫର୍ମର ନେଟଓ୍ବର୍କକୁ ଧ୍ବଂଶ କରନ୍ତୁ ଓ ନୂଆ ଗଣତାନ୍ତ୍ରିକ ବିପ୍ଳବୀଙ୍କୁ ଜିନ୍ଦାବାଦ ବୋଲି ଲେଖାଯାଇଛି ।
ଏହି ପୋଷ୍ଟରକୁ ଓଡିଶା ରାଜ୍ୟ କମିଟି ସିପିଆଇ ମାଓବାଦୀ ତରଫରୁ ଲଗାଯାଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି । ପୋଷ୍ଟର ଦେଖି ଅଞ୍ଚଳରେ ଭୟର ବାତ୍ତାବରଣ ଦେଖାଦେଇଛି ।
Related Posts
କଟକରେ ଜିଏସ୍ଟି ରେଡ୍, ଦୋକାନ ସମେତ ବିଭିନ୍ନ ସ୍ଥାନରେ ଚଢାଉ
7 February 2023
ଟ୍ରକ୍ ସହ ଧକ୍କା ହେଲା ମୋପେଡ, ଜଣେ ମୃତ ଓ ଜଣେ ଗୁରୁତର
7 February 2023
ନବ ଦାସ ହତ୍ୟା ତନାଘନା, ଝାରସୁଗୁଡ଼ା ଯିବ ଜଷ୍ଟିସ୍ ଜେ.ପି ଦାସ
7 February 2023