ମୁନିଗୁଡା ଥାନା ଅଞ୍ଚଳରୁ ମାଓ ପୋଷ୍ଟର ଓ ବ୍ୟାନର ଠାବ

Published By : Prameya-News7 Bureau | October 16, 2019 IST

ମୁନିଗୁଡା ।୧୦: ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ରାମନାକୁପୁଲି ଛକ ନିକଟରୁ ମାଓ ପୋଷ୍ଟର ଓ ବ୍ୟାନର ଠାବ ହୋଇଛି । ଦୁଇଟି ବ୍ୟାନର, ୫ଟି ପୋଷ୍ଟର ଓ ଦୁଇଟି ଲିଫଲେଟ୍ ଠାବ କରାଯାଇଛି । ଆସନ୍ତା ଅକ୍ଟୋବର ୨୫ ତାରିଖରେ ଓଡିଶା ଓ ପୂର୍ବ ଛତିଶଗଡ଼ ବନ୍ଦ ଡାକରା ଦେଇଛନ୍ତି ମାଓବାଦୀ । ଆଦିବାସୀ ଯୁବକ ଯୁବତୀଙ୍କୁ ପୋଲିସ ଇନଫର୍ମର ବନାଇବା ବନ୍ଦ କରାଯାଉ, ମିଥ୍ୟା ମାଓବାଦୀ କେସରେ ଗିରଫଦାରୀ ବନ୍ଦ କରାଯାଉ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି ।

{"id":170634}

ତେବେ ବ୍ୟାନର ତଳେ ମାଟିରେ ବିଦ୍ୟୁତ୍ ତାର ଲାଗି ରହିଥିବାରୁ ମାଓବାଦୀଙ୍କ ଦ୍ବାରା ବୋମା ଖଞ୍ଜା ଯାଇଥିବା ସନ୍ଦେହ କରାଯାଉଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକେ ଆତଙ୍କିତ ହୋଇପଡିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.