scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କଳାଟାପରେଙ୍ଗ ଗାଁରେ ପୋଲିସ-ମାଓବାଦୀ ଗୁଳି ବିନିମୟ ଘଟଣା : ପୋଷ୍ଟର ଲଗାଇଲେ ଲାଲ୍‌ବାହିନୀ

24/06/2023 at 11:50 AM

ଧର୍ମଗଡ ୨୪।୬: କଳାହାଣ୍ଡି ଜିଲ୍ଲା କଳାଟାପରେଙ୍ଗ ଗାଁରେ ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ଘଟଣାକୁ ନେଇ ତାତିଲେ ଲାଲ୍‌ବାହିନୀ । ଲଗାଇଲେ ପୋଷ୍ଟର ।

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ରାମପୁର ଥାନା ଅନ୍ତର୍ଗତ ମାଣିକେରା ଗ୍ରାମ ପଞ୍ଚାୟତର ଟାପରେଙ୍ଗ ଗାଁରେ ଗତ ମେ’ ମାସ ୯ ତାରିଖ ସକାଳୁ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟଣା ପରେ ଶନିବାର ସକାଳୁ ସକାଳୁ ପୁଣି ସେହି ଗାଁରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ମାଓ ସଂଗଠନ ନିହତ ୩ ମାଓବାଦୀଙ୍କ ହତ୍ୟାକୁ ଅମାନବୀୟ କହିବା ସହ ପୋଲିସର ବର୍ବରତାକୁ ନିନ୍ଦା କରିଛି । କ୍ରୁରତାକୁ ଲୁଚାଇ ଏନକାଉଣ୍ଟରର ରୂପ ଦେଇ ଖବର ପରିବେଷଣ କରିଥିବା ଗଣମାଧ୍ୟମ ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରିଛି ମାଓ ସଂଗଠନ । ଉକ୍ତ ଗୁଳିକାଣ୍ଡରେ ନିହତ ମାଓବାଦୀଙ୍କ ଫଟୋ ସହ ସେମାନଙ୍କ ସଂକ୍ଷିପ୍ତ ବିବରଣୀ ପୋଷ୍ଟର ଗୁଡିକରେ ଉଲ୍ଲେଖ ରହିଛି ।

ନିହତ ତିନି ମାଓବାଦୀ ଲଳିତ, ରିତୁ ଓ ସନ୍ଦେଶଙ୍କର ମାଓ ସଂଗଠନରେ ଭୂମିକା ସମ୍ପର୍କରେ ମାଓ ପୋଷ୍ଟରରେ ଉଲ୍ଲେଖ ରହିଛି । ଲଳିତ ପ୍ରଥମ ପତ୍ନୀ ନମିତାଙ୍କ ମୃତ୍ୟୁର ଦୁଇ ବର୍ଷ ପରେ ଟାପରେଙ୍ଗା ଗାଁରେ ନିହତ ହେବାର ଏକ ସପ୍ତାହ ପୂର୍ବରୁ ଦ୍ୱିତୀୟ ବିବାହ କରିଥିବା ଏହି ପୋଷ୍ଟରରେ ଲେଖା ହୋଇଛି । ଏଥି ସହିତ ଜୁନ ୨୫ ତାରିଖ ବନ୍ଦକୁ ସଫଳ କରିବା ପାଇଁ ପୋଷ୍ଟରରେ ଆହ୍ଵାନ ଦେଇଛନ୍ତି ମାଓ ସଂଗଠନ । ତେବେ ମାଓବାଦୀଙ୍କ ଉପସ୍ଥିତି ଜାହିରକୁ ନେଇ ଅଞ୍ଚଳବାସୀଙ୍କ ମନରେ ପୁଣି ଥରେ ଭୟ ସଞ୍ଚାର ହୋଇଥିବା ଜଣାପଡିଛି ।

You Can Read :

   Related Posts