ଘରୋଇ ବସଷ୍ଟାଣ୍ଡ ଓଭର ବ୍ରିଜ୍ କାନ୍ଥରେ ମାଓ ପୋଷ୍ଟର, ଗୋ ଚାଲାଣ ବନ୍ଦ ଲାଗି ନିର୍ଦ୍ଦେଶ

Published By : Prameya-News7 Bureau | December 22, 2023 IST

ସୁନ୍ଦରଗଡ଼ ୨୨/୧୨: ସୁନ୍ଦରଗଡ଼ରେ ପିଏଲଏଫ୍ଆଇ ପୋଷ୍ଟର । ସୁନ୍ଦରଗଡ଼ ଟାଉନ ଥାନା ଘରୋଇ ବସଷ୍ଟାଣ୍ଡ ନିକଟ ଓଭର ବ୍ରିଜ କାନ୍ଥରେ ଲାଗିଛି ଏହି ପୋଷ୍ଟର । ପିପୁଲ୍ସ ଲିବେରେସନ୍ ଫ୍ରଣ୍ଟ ଅଫ ଇଣ୍ଡିଆ ବା ପିଏଲ୍‌ଏଫ୍ଆଇର ଏହି ପୋଷ୍ଟରରେ ଗୋ ଚାଲାଣ ବନ୍ଦ୍ କରିବା ପାଇଁ କୁହାଯାଇଛି । ବନ୍ଦ୍‌ ନ ହେଲେ ଫୌଜି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଲେଖାଯାଇଛି ।

କେନ୍ଦ୍ରୀୟ କମିଟିର ପ୍ରେମ କୁମାର ଯାଦବର ନାମରେ ଏହି ପୋଷ୍ଟର ଲାଗିଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୂର୍ବରୁ ସୁନ୍ଦରଗଡ଼ ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳରେ ପିଏଲ୍‌ଏଫ୍‌ଆଇ ସଂଗଠନର ଗତିବିଧି ରହିଥିଲା ।

୨୦୧୪ ବେଳକୁ ଛଅ ଜଣ ନୀରହ ଲୋକଙ୍କୁ ପୋଲିସ ଇନଫର୍ମର କହି ନିର୍ମମ ହତ୍ୟା କଲା ପରେ ତତକାଳୀନ ଏସପି ସଞ୍ଜୀବ ଅରୋରାଙ୍କ ନେତୃତ୍ୱରେ ଅପରେସନ କରି ପିଏଲଏଫ୍ ଆଇର ମୁଖ୍ୟ ସମେତ ୬ ଜଣ ସଦସ୍ୟଙ୍କୁ encounter କରାାଯାଇଥିଲା । ତାପରେ ଏମାନଙ୍କ କୌଣସି ଗତିବିଧି ପରିଲକ୍ଷିତ ହୋଇନଥିଲା । ତେବେ ଆଜିକାର ଏହି ପୋଷ୍ଟର ପୁଣି ଥରେ ପିଏଲଏଫ୍ ଆଇର ଉପସ୍ଥିତିକୁ ଜାହିର କରିଛି ।

ପୋଷ୍ଟର ଦେଖିବାପରେ ଲୋକେ ଭୟଭୀତ ଅଛନ୍ତି ଅନ୍ୟପଟେ ସଦର ପୋଲିସ ଏସଡିପିଓ କହିଛନ୍ତି ସବୁ ଦିଗକୁ ନେଇ ତଦନ୍ତ ଚାଲିଛି ସିସିଟିଭି ଫୁଟେଜ ଦେଖାଯାଉଛି ଆବଶ୍ୟକୀୟ ପଦକ୍ଷେପ ନିଆଯିବ ଏହା ସହ ସୀମାନ୍ତରେ ଥିବା ଥାନାରେ ଆଲର୍ଟ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.