ଚେରଙ୍ଗାଝାଞ୍ଜ ଛକ ଠାରେ ମାଓ ପୋଷ୍ଟର ଓ ବ୍ୟାନର : ପୋଷ୍ଟରରେ PLGA ସପ୍ତାହ ପାଳନ ପାଇଁ ଆହ୍ୱାନ

Published By : Prameya-News7 Bureau | December 01, 2019 IST

ପଦ୍ମପୁର ୦୧।୧୨: ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଚେରଙ୍ଗାଝାଞ୍ଜ ଛକ ଠାରେ ମାଓ ପୋଷ୍ଟର ଓ ବ୍ୟାନର ଲାଗିଛି । ପୋଷ୍ଟରରେ ମାଧ୍ୟମରେ ୪ଟି ଦାବୀ ରଖିଥିବା ମାଓବାଦୀ । ସମସ୍ତ ପୋଷ୍ଟର ଓ ବ୍ୟାନର ହିନ୍ଦୀ ଭାଷାରେ ଲେଖାଯାଇଛି ।

{"id":192405,"sizeSlug":"large"}

ସୂଚନାଯୋଗ୍ୟ ଯେ, ଡିସେମ୍ବର ୬ ତାରିଖକୁ ହିନ୍ଦୁ ଫାସିବାଦୀ ବିରୋଧ ଦିବସ ରୂପେ ପାଳନ ପାଇଁ ଆହ୍ବାନ। ବ୍ରାହ୍ମଣୀୟ ହିନ୍ଦୁ ଫାସିବାଦ ମୁର୍ଦାବାଦ । ସମସ୍ତ ଆଦିବାସୀ, ଦଳିତ,ମୁସଲିମ ପ୍ରଜା ମିଶି ହିନ୍ଦୁ ଫାସିବାଦୀକୁ ବିରୋଧ ପାଇଁ ଆହ୍ବାନ। ଦଳିତ, ଆଦିବାସୀ ଓ ମୁସଲମାନ ମାନଙ୍କ ପ୍ରତି ହେଉଥିବା ଆକ୍ରମଣକୁ ବିରୋଧ କର ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି ।  ଡିସେମ୍ବର ୨ରୁ ଡିସେମ୍ବର ୮ ତାରିଖ ପର୍ଯ୍ୟନ୍ତ PLGA ସପ୍ତାହ ପାଳନ ପାଇଁ ଆହ୍ୱାନ । ଉକ୍ତ ବ୍ୟାନର ପୋଷ୍ଟର  ଗନ୍ଧମାର୍ଦ୍ଦନ ସରିଆ କମିଟି ମାଓବାଦୀ ପକ୍ଷରୁ ପୋଷ୍ଟରେ ଉଲ୍ଲେଖ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.