ଉପନିର୍ବାଚନ ପୂର୍ବରୁ ମାଓ ପୋଷ୍ଟର, ପୁଣି ସକ୍ରିୟ ମାଓବାଦୀ !
26/11/2022 at 9:10 AM

ପଦ୍ମପୁର ୨୬।୧୧ : ଆଉ କିଛି ଦିନ ପରେ ପଦ୍ମପୁରରେ ଉପନିର୍ବାଚନ । ହେଲେ ଏହାପୂର୍ବରୁ ଲାଗିଛି ମାଓ ପୋଷ୍ଟର । ପୁଣି ସକ୍ରିୟ ହୋଇଗଲେଣି ମାଓବାଦୀ । ପଦ୍ମପୁରରେ ଦେଖିବାକୁ ମିଳିଛି ମାଓ ପୋଷ୍ଟର ।
ଖବର ଅନୁଯାୟୀ, ପାଇକମାଲ ରାସ୍ତା ମାଗୁରମାଲ ଛକରେ ଥିବା ନିଶାନୀ ମନ୍ଦିର ପାଖରେ ଲାଗିଛି ମାଓ ପୋଷ୍ଟର । ଶୁକ୍ରବାର ବିଳମ୍ବିତ ରାତିରେ ମାଓ ପୋଷ୍ଟର ଲାଗିଥିବା ସୂଚନା ମିଳିଛି । ମାଓବାଦୀ ନିଜର ସ୍ଥିତି ଜାହିର କରିବାକୁ ଏଭଳି ମାଓପୋଷ୍ଟର ଲଗାଇଛନ୍ତି । ଉପନିର୍ବାଚନ ବେଳେ ବାହାରୁ ଆସୁଥିବା ଲୋକଙ୍କୁ ଭୟ ଭୀତ କରିବାକୁ ମାଓବାଦୀ ଏଭଳି କରିଥିବା ଅନୁମାନ କରାଯାଉଛି
Related Posts
କୋରାପୁଟ ପୋଲିସକୁ ସଫଳତା, ବନ୍ଧା ହେଲା ମୋବାଇଲ୍ ଲୁଟେରା, ୫୧ଟି ଫୋନ୍ ଜବତ
27 January 2023