ମାଓ ପୋଷ୍ଟର ଓ ବ୍ୟାନର ଠାବ, ନିକଟରେ ବୋମା ଖଞ୍ଜାଯାଇଥିବା ସନ୍ଦେହ

Published By : Prameya-News7 Bureau | December 06, 2020 IST

ନବରଙ୍ଗପୁର ୦୬।୧୨ : ପୁଣି ନିଜ ଉପସ୍ଥିତି ଜାହିର କଲେ ମାଓବାଦୀ । ନବରଙ୍ଗପୁର ଜିଲଲ୍ା ରାଇଘର ଥାନା ବାଘବେଡ଼ା , ଭାରସୁଣ୍ଡି ରାସ୍ତାରେ ମାଓବାଦୀଙ୍କ ପକ୍ଷରୁ ପୋଷ୍ଟର ଓ ବ୍ୟାନର ମରାଯାଇଛି । ମେନପୁର ନୂଆପଡ଼ା ଡିଭିଜନ ମାଓବାଦୀ ସଂଗଠନ ପକ୍ଷରୁ ପୋଷ୍ଟର ମରାଯାଇଥିବା ସୂଚନା ମିଳିଛି ।

ଖବର ଅନୁଯାୟୀ, ରାଇଘର ଥାନା ବାଘବେଡା, ଭାରସୁଣ୍ଡି ରାସ୍ତା କଡରେ ମାଓ ପୋଷ୍ଟର ଓ ବ୍ୟାନର। ବ୍ୟାନର ପୋଷ୍ଟର ନିକଟରେ ଟିଫିନ ବୋମା ଖଞ୍ଜା ଯାଇଥିବା ଅନୁମାନ କରାଯାଉଛି । ମେନପୁର, ନୂଆପଡା ଡିଭିଜନ ମାଓବାଦୀ ସଂଗଠନ ପକ୍ଷରୁ ଲଗାଯାଇଥିବା ଉଲ୍ଲେଖ ରହିଛି । ତେବେ ମରାଯାଇଥିବା ବ୍ୟାନର ଓ ପୋଷ୍ଟରରେ କେନ୍ଦ୍ର , ଛତିଶଗଡ଼ ଏବଂ ଓଡିଶା ସରକାରକୁ ସମାଲୋଚନା କରିଛନ୍ତି । ଯୁବକ ଓ ଯୁବତୀମାନଙ୍କୁ ଜନ ଯୁଦ୍ଧରେ ସାମିଲ ହେବାପାଇଁ ଆହ୍ୱାନ ଦେଇଛନ୍ତି । ଏହାସହିତ ଜଳ, ଜଙ୍ଗଲ, ଜମି ଅଧିକାର ପାଇଁ ଲଢେଇ ଜାରି ରଖିବାପାଇଁ ବ୍ୟାନରରେ ଲେଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.