ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ଲାଗିଲା ପୁଣି ମାଓ ବିରୋଧୀ ପୋଷ୍ଟର : ବଢିଚାଲିଛି ଅଣଓଡିଆ ମାଓ ନେତାଙ୍କ ନିର୍ଯାତନା, ସଂଗଠନ ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ପାଇଁ ଆହ୍ୱାନ

19/08/2021 at 9:30 AM

ଚିତ୍ରକୋଣ୍ଡା ୧୯।୦୮: ପୁଣି ମାଓ ବିରୋଧୀ ପୋଷ୍ଟର । ମାଲକାନାଗିରି ଜିଲ୍ଲା ଚିତ୍ରକୋଣ୍ଡାର ବିଭିନ୍ନ ସ୍ଥାନରେ ଏହି ପୋଷ୍ଟର ଦେଖିବାକୁ ମିଳିଛି । ଓଡିଶା ଆଦିବାସୀ ବିକାଶ ମଞ୍ଚ ତରଫରୁ ଏହି ନକ୍ସଲ ବିରୋଧୀ ପୋଷ୍ଟର ମରାଯାଇଛି ।  

ପୋଷ୍ଟରରେ ଆଦିବାସୀ ସଂପ୍ରଦାୟର ନକ୍ସଲଙ୍କୁ ମାଓ ସଂଗଠନ ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ପାଇଁ ରହିଛି। କିଛି ଅଣ ଓଡ଼ିଆ ମାଓ ସଂଗଠନରେ ରହି ଓଡ଼ିଆ,ଆଦିବାସୀ ମାଓ କ୍ୟାଡ଼ରଙ୍କୁ ବିଭିନ୍ନ ପ୍ରକାରର ନିର୍ଯାତନା ଦେଉଛନ୍ତି । ଯାହାଫଳରେ ବଳି ପଡ଼ୁଛନ୍ତି ଓଡ଼ିଆ, ଆଦିବାସୀ ମାଓ ନେତା । ସେଥିପାଇଁ ଓଡ଼ିଆ,ଆଦିବାସୀ ମାଓନେତା ମାନେ ସଂଗଠନ ଛାଡ଼ି ଦେଉଛନ୍ତି ବୋଲି ପୋଷ୍ଟରରେ ଲେଖା ଯାଇଛି ।

ସେହିପରି ଅଞ୍ଚଳରେ ହେଉଥିବା ଉନୟନ ମୂଳକ କାର୍ଯ୍ୟ, ଯଥା ରାସ୍ତା କାର୍ଯ୍ୟକୁ ବିରୋଧ କରୁଛନ୍ତି ଅଣଓଡ଼ିଆ ମାଓ ନେତା । ବିକାଶ ମୂଳକ କାର୍ଯ୍ୟକୁ ସଂପୂର୍ଣ୍ଣ କରିବାରେ ବାଧା ସୃଷ୍ଟି କରୁଛନ୍ତି । ତେଣୁ ମାଓସଂଗଠନରେ ଆମ ଆଦିବାସୀ, ଓଡ଼ିଆ ଭାଇ ଭଉଣୀଙ୍କ ପ୍ରତି ହେଉଥିବା ଅନ୍ୟାୟରୁ ମୁକ୍ତି କରିବା ପାଇଁ ମାନବାଧିକାର ସଂଗଠନ ଗୁଡ଼ିକୁ ସହଯୋଗ କରିବାକୁ ପୋଷ୍ଟରରେ ଉଲ୍ଲେଖ କରିଛନ୍ତି ଆଦିବାସୀ ବିକାଶ ମଞ୍ଚ ।

   Related Posts