ସ୍ଥିତି ଜାହିର କଲେ ମାଓବାଦୀ, ଉଲିଙ୍ଗିଆ ରାସ୍ତାରେ ଲାଗିଛି ପୋଷ୍ଟର

Published By : Prameya-News7 Bureau | November 12, 2023 IST

ଭଞ୍ଜନଗର ୧୨।୧୧ : କିଛି ଦିନର ନୀରବତା ପରେ ପୁଣି ସ୍ଥିତି ଜାହିର କଲେ ମାଓବାଦୀ  । ରାସ୍ତା କଡ଼ରେ ଲାଗିଛି ମାଓ ପୋଷ୍ଟର । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଦୁର୍ଗାପ୍ରସାଦ ଉଲିଙ୍ଗିଆ ରାସ୍ତା ନିକଟରେ ଲାଗିଛି ପୋଷ୍ଟର ।

wp:embed {"url":"https://www.prameyanews7.com/two-teachers-nabarangpur-suspended-in-the-case-of-molestation-of-6th-class-girl-student-by-two-teachers/","type":"wp-embed","providerNameSlug":"prameya-news-7"}
https://www.prameyanews7.com/two-teachers-nabarangpur-suspended-in-the-case-of-molestation-of-6th-class-girl-student-by-two-teachers/
/wp:embed

ଖବର ଅନୁଯାୟୀ, ରବିବାର ଦିନ ସକାଳ ସମୟରେ ଉଲିଙ୍ଗିଆ ରାସ୍ତା ନିକଟରେ ଏକ ମାଓ ପୋଷ୍ଟର ମରାଯାଇଥିବାର ଲୋକେ ଦେଖିଥିଲେ ।ଏହାପରେ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ତେବେ ପୋଷ୍ଟରରେ ରାସ୍ତା କାମକୁ ବିରୋଧ ଏବଂ ପୋଲିସ ଇନ୍‌ଫର୍ମକୁ ସତର୍କ କରାଯାଇଛି । ତେବେ ପୋଷ୍ଟର ମରାଯିବା ପରେ ସ୍ଥାନୀୟଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । କିଛି ଦିନ ଧରି ମାଓବାଦୀଙ୍କ କାର୍ଯ୍ୟକଳାପ ଠପ୍‌ ଥିଲା । କିନ୍ତୁ ଏବେ ଏପରି ପୋଷ୍ଟର ମରାଯିବା । ଯାହାକି ସ୍ଥାନୀୟ ଲୋକଙ୍କୁ ଭୟଭୀତ କରାଇଛି ।

wp:embed {"url":"https://www.prameyanews7.com/four-semifinalist-team-in-world-cup-2023/","type":"wp-embed","providerNameSlug":"prameya-news-7"}
https://www.prameyanews7.com/four-semifinalist-team-in-world-cup-2023/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.