ପୋଲିସ-ମାଓବାଦୀ ମୁହାଁମୁହିଁ, ଏବେବି ଜଙ୍ଗଲରେ ଚାଲିଛି ଗୁଳିବିନିମୟ

Published By : Prameya-News7 Bureau | April 25, 2024 IST

ବୌଦ୍ଧ ୨୫।୦୪ : ପୋଲିସ-ମାଓବାଦୀ ମୁହାଁମୁହିଁ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବରଗାଁ ପଞ୍ଚାୟତ ପାଢେଲ ଡ୍ୟାମ୍‌ ନିକଟରେ ଗୁଳିବିନିମୟ । ଜଙ୍ଗଲରେ ଏବେବି ସର୍ଚ୍ଚ ଅପରେସନ ଚାଲିଛି । 

ଖବର ଅନୁଯାୟୀ, କଣ୍ଟାମାଳ ବରଗାଁ ପଞ୍ଚାୟତ ଡ୍ୟାମ୍‌ ନିକଟରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ କୁମ୍ବିଂ ଅପରେସନ ଚାଲିଥିଲା । ଏହି ସମୟରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମୁହାଁମୁହିଁ ହୋଇଥିଲା । ପୋଲିସଙ୍କୁ ଦେଖି ମାଓବାଦୀମାନେ ଗୁଳିବିନିମୟ କରିଥିଲେ । ଯାହାର ଦୃଢ ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ଦୀର୍ଘ ସମୟ ଧରି ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । 

ତେବେ ଏନ୍‌କାଉଣ୍ଟରେ କେତେ ମାଓବାଦୀ ମୃତାହତ ହୋଇଛନ୍ତି । ସେନେଇ ସଠିକ୍‌ ସୂଚନା ମିଳିନାହିଁ । ପୋଲିସର କୁମ୍ବିଂ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.