ମାଲକାନଗିରି ୦୪।୦୩ : ମାଲକାନଗିରି ଛତିଶଗଡ ସୀମାନ୍ତ କାଙ୍କେର ଜିଲ୍ଲାରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ଯବାନଙ୍କ ଗୁଳିରେ ଜଣେ ହାର୍ଡକୋର ମାଓବାଦୀ ପ୍ରାଣ ହରାଇଥିବା ବେଳେ ନକ୍ସଲ ପନ୍ଥିଙ୍କ ଗୁଳିରେ ଜଣେ ଜବାନ ସହୀଦ ହୋଇଛନ୍ତି । ଏବେବି ଜଙ୍ଗଲରେ ସର୍ଚ୍ଚ ଅପରେସନ ଚାଲିଥିବା ସୂଚନା ମିଳିଛି ।
{"id":916810,"sizeSlug":"full","linkDestination":"none"}
ଖବର ଅନୁଯାୟୀ, କାଙ୍କେର ଜିଲ୍ଲାର ଛୋଟେ ବେଟିୟା ଥାନା ଅନ୍ତର୍ଗତ ହିନ୍ଦୁଲ ଜଙ୍ଗଲରେ ୪୦ ରୁ ୫୦ ଜଣ ମାଓବାଦୀ ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ କରିବା ଲାଗି ଯୋଜନା ପ୍ରସ୍ତୁତ କରୁଥିଲେ । ଏନେଇ ପୋଲିସର ଗୁଇନ୍ଦା ବିଭାଗକୁ ସୁଚନା ମିଳିଥିଲା । ଏହାପରେ କାଙ୍କେର ପୋଲିସର ଡିଆରଜି ବାହିନୀ, ବସ୍ତର ଫାଇଟର ଓ ବିଏସଏଫ ବାହିନର ଯବାନମାନେ ମିଳିତ ଭାବେ ସେଠାରେ କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ। ଯବାନଙ୍କୁ ଦେଖି ମାଓବାଦୀ ମାନେ ପ୍ରଥମେ ଗୁଳିଚାଳନା କରିଥିଲେ । ଯାହାର ପାଲଟା ଜବାବ ଦେଇଥିଲେ ସୁରକ୍ଷା କର୍ମୀ ।
{"id":916809,"sizeSlug":"full","linkDestination":"none"}
ତେବେ ଉଭୟ ପକ୍ଷରୁ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଗୁଳି ବିନିମୟ ହୋଇଥିବା ବେଳେ ଘଟଣାସ୍ଥଳରେ ଜଣେ ହାର୍ଡକୋର ମାଓ ନେତା ପ୍ରାଣ ହରାଇଛନ୍ତି। ସେମାନ ନିକଟରୁ ଗୋଟିଏ AK 47 ବନ୍ଧୁକ ମିଳିଥିବା ବେଳେ ଭାରି ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ନିହତ ମାଓବାଦୀ ହେଉଛନ୍ତି ପରତାପୁର ଏରିଆ କମାଣ୍ଡର ନାଗେଶ । ତାଙ୍କ ମୁଣ୍ଡ ଉପରେ ପୁର୍ବରୁ ଛତିଶଗଡ ସରକାର ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ହେଲେ ଏହି ଘଟଣାରେ ଜଣେ ଜବାନ ସହିଦ ହୋଇଛନ୍ତି । ସହିଦ ଜବାନ ହେଉଛନ୍ତି ବସ୍ତର ଫାଇଟରସର ରମେଶ କୁରେଠି । ବର୍ତ୍ତମାନ ସୁଦ୍ଧା ସମ୍ପୃକ୍ତ ଅଞ୍ଚଳରେ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିବା ନେଇ ସୂଚନା ଦେଇଛନ୍ତି କାଙ୍କେର ଅତିରିକ୍ତ ଏସ୍ପି।
wp:embed {"url":"https://www.prameyanews7.com/rainfall-warning-for-five-day/","type":"wp-embed","providerNameSlug":"prameya-news-7"}