ନିୟମଗିରି ପାହାଡରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

Published By : Prameya-News7 Bureau | August 07, 2021 IST

ରାୟଗଡା ୭।୮: ରାୟଗଡା ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତ  ନିୟମଗିରି ପାହାଡରେ ଥିବା ତାଡିଝୋଲା ଗାଁ ନିକଟରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ହୋଇଛି । ସିଆରପିଏଫ ଚତୁର୍ଥ ବାଟାଲିୟନ ପକ୍ଷରୁ କମ୍ବିଂ ବେଳେ ମାଓବାଦୀମାନେ ବ୍ୟବହାର କରିବା ପାଇଁ ଗଚ୍ଛିତ ରଖିଥିବା ସାମଗ୍ରୀ ଜବତ କରାଯାଇଛି ।  ଶନିବାର ସକାଳୁ ତଡିଝୋଲା ଗାଁ ନିକଟ ଏକ ଗୁମ୍ଫା ମଝିରେ କିଛି ମାଓ ସାମଗ୍ରୀ ରଖାଯାଇଥିବା ଜଣାପଡିଥିଲା । ସନ୍ଧାନୀ କୁକୁର ଉକ୍ତ ସ୍ଥାନକୁ ଠାବ କରିଥିଲା । ସେହି ସ୍ଥାନରୁ ଏକ ମାଓ ବ୍ୟାନର ସହିତ ୨ଟି ଦେଶୀ ବନ୍ଧୁକ, ୫ଟି ପଲିଥିନ, ୩୫ଟି ଗୁଳି, ଜିଲେଟିନ, ଗୋଟିଏ ଟେପ ରେକର୍ଡ, ଗୋଟିଏ ରିମୋଟ,  ଫ୍ଲାସ୍, ୩ଟି ଷ୍ଟିଲ ଟିଫିନ ବୋମା, ୧୨ରୁ୧୫ କେଜି ୟୁରିଆ, ୫୦ଟି ଡେଟୋନେଟର, ୩ଟି ଟର୍ଚ୍ଚ ଲାଇଟ, ୩ଟି କଲର ଟେପ, ୫୦ ମିଟର ପ୍ଲାଷ୍ଟିକ ଦଉଡି, ୨ଟି ଛତା, ୨ଟି ବ୍ୟାଟେରି, ୪ ପ୍ୟାକେଟ ନୁଡେଲ, ୧୩ଟି ଖୋକା, ୧୦ମିଟର ତାର ଜବତ କରିଥିଲେ ।  ଉକ୍ତ ବ୍ୟାନରରେ  ଜୁଲାଇ ୨୮ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଗାଁ ଗାଁରେ ସହିଦ ସପ୍ତାହ ପାଳନ କରନ୍ତୁ ବୋଲି ଉଲ୍ଲେଖ ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.