ବେଲପଡାରେ ମାଓ ପୋଲିସ ମୁହାଁମୁହିଁ ; ଭୟରେ ଦିନ କାଟୁଛନ୍ତି ଗ୍ରାମବାସୀ
14/05/2018 at 7:00 AM

ସୁନସାନ ରାସ୍ତାଘାଟ। ସୁନସାନ ହୋଇପଡିଛି ଗାଁ ଦାଣ୍ଡ। ଛୋଟ ଛୁଆ ଠାରୁ ବୁଢା ପର୍ଯ୍ୟନ୍ତ କାହାରି ଦେଖାମିଳୁନି। ଗାଁର ସବୁ ଘର ଟାଟି କବାଟ ହୋଇଛି ବନ୍ଦ। କେହି ବାହାରକୁ ବାହାରୁ ନାହାନ୍ତି। ଏ ଥିଲା ଗତ କାଲି ରାତିରେ ପୋଲିସ ଏନକାଉଣ୍ଟର ପର ଦୃଶ୍ୟ। ମାଓ ଓ ପୋଲିସ ଦୁହିଁଙ୍କ ଭୟରେ ଦିନ କାଟୁଛନ୍ତି ଏ ଗ୍ରାମବାସି। ତେବେ ଏଭଳି ପରିସ୍ତତିରେ ନ୍ୟୁଜସଭେନେ ପହଞ୍ଚିଥିଲା ଓ ପରଖିଥିଲା ଗାଁର ସ୍ତତି । ସେପଟେ ପୋଲିସ କୁ ମିଳିଲା ବଡ ସଫଳତା। ପୋଲିସ ଗୁଳିରେ ନିହତ ହୋଇଛନ୍ତି ଦୁଇ ଦୁଇଟି ହାର୍ଡକୋର ମାଓବାଦି। ଗୁଇନ୍ଦା ବିଭାଗ ଖବର ପାଇବା ପରେ ବଲାଙ୍ଗୀର ଏସପିଙ୍କ ନେତୃତ୍ବ ରେ ଏସଓଜି ଓ ଡିବିଏଫ ଜଓ୍ବାନ ରାତି ଅଧରେ କରିଥିଲେ କୋମ୍ବିଙ୍ଗ। ରାତି ଅଧରେ ବେଲପଡା ବ୍ଲକ ଡୁଡୁକାମାଲ ଗାଁ କୁ ଘେରିଥିଲା ପୋଲିସ ସହ ଟିମ ଓ ଆରମ୍ଭ କରିଥିଲା ଅପରେସନ । ଗାଁ ରେ ୮ ରୁ ୧୦ ଜଣ ମାଓ ରହିଥିବା ବେଳେ ପୋଲିସ ଓ ମାଓଙ୍କ ମଧ୍ୟରେ ହୋଇଥିଲା ମୁହାଁ ମୁହିଁ ପରିସ୍ତତି । ପୋଲିସ ସେମାନଙ୍କ ସରଙ୍ଡର କରିବା କୁ କହିଥିଲେ ହେଁ ଅତର୍କିତ ଭାବରେ ମାଓ ଆରମ୍ଭ କରିଥିଲେ ଗୁଳିଚାଲଣା। ତାହାର ଜବାବ ଦେବା କୁ ଯାଇ ପୋଲିସ ମଧ୍ୟ କରିଥିଲା ଗୁଳିଚାଲଣା। କିଛି ସମୟ ଗୁଳିବିନମୟପରେ ଦୁଇ ଦୁର୍ଦାନ୍ତ ମାଓବାଦି ପୋଲିସ ଗୁଳିରେ ମୃତ୍ୟୁ ହୋଇଥିଲା। ତେବେ ସେହି ଦିନ ରାତିରେ କିଭଳି ପରିସ୍ତିତି ଥିଲା? କିଭଳି ଭାବରେ ଡୁଡୁକା ମାଲ ଗାଁ ରେ ଦିନ କାଟୁଛନ୍ତି ଲୋକ ? କେବେ ଠୁ ଓ କିଭଳି ଭାବରେ ମାଓଙ୍କ ଯାତାୟତ ସେହି ଗାଁ କୁ ରହିଛି ତାହା ର ସ୍ତତି ପରଖିବା ପାଇଁ ନ୍ୟୁଜ ସେଭେନ ପହଞ୍ଚିଥିଲା ଡୁଡୁକାମାଲ ଗାଁ କୁ । ଓ ସିଧାସଳଖ ଆମ ପ୍ରତିନିଧି ପଚାରିବୁଝିଥିଲେ ଗ୍ରାଉଣ୍ଡ ଜିରୋରୁ ଲୋକଙ୍କ ମତ।