ପୋଲିସ-ମାଓବାଦୀ ମୁହାଁମୁହିଁ, ଗୁଳି ବାଜି ପୋଲିସ ଡିଏସ୍‌ପି ଗୁରୁତର

Published By : Prameya-News7 Bureau | May 09, 2023 IST

କଳାହାଣ୍ଡି ୦୯।୦୫ : ପୋଲିସ-ମାଓବାଦୀ ମୁହାଁମୁହିଁ । କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଟାପରାଙ୍ଗ ସଂରକ୍ଷିତ ଜଙ୍ଗଲରେ ଚାଲିଛି ଗୁଳିବିନିମୟ । ଏଥିରେ ତିନି ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି ।

ଖବର ଅନୁଯାୟୀ, ମଦନପୁର ରାମପୁର ଟାପରାଙ୍ଗ ସଂରକ୍ଷିତ ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବାର ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ସର୍ଚ୍ଚ ଅପରେସନ । ପୋଲିସ ଚାରିପଟୁ ଘେରିବା ଜାଣି ଗୁଳିଚାଳନା କରିଥିଲେ ମାଓବାଦୀ । ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା । ହେଲେ ଏହି ଗୁଳିବିନିମୟରେ ୩ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି ।

ସେପଟେ ଜଙ୍ଗଲରେ କେତେ ପରିମାଣର ମାଓବାଦୀ ଲୁଚି ରହିଥିଲେ । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ଏପିରିକି ପୋଲିସ ଗୁଳି ବାଜି ପୋଲିସ ଡିଏସ୍‌ପି ଗୁରୁତର ହୋଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.